Below header

ଲୋକାର୍ପଣ ଉତ୍ସବର ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ନୀଳାଦ୍ରି ଭକ୍ତ ନିବାସଠାରେ ଲୋକାର୍ପଣ ଉତ୍ସବର ସମୀକ୍ଷା କରିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ବରିଷ୍ଠ ସେବାୟତ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।

ପୁରୀ ତଥା ଶ୍ରୀମନ୍ଦିରକୁ ବିଶ୍ଵ ଦରବାରରେ ଶ୍ରେଷ୍ଠ ସହର ଓ ମନ୍ଦିର ଭାବେ ପ୍ରତିଷ୍ଠିତ କରାଯିବ ।ଏକ ଭଲ ବାତାବରଣ ମଧ୍ୟରେ ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ସଫଳ କରିବା ପାଇଁ ଆଲୋଚନା କରାଯାଉଛି ।ସମସ୍ତଙ୍କ ସହଯୋଗ କାମନା କରିଛନ୍ତି 5T ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ ।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, କେନ୍ଦ୍ରାଞ୍ଚଳ ଆଇଜି, ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଓ ସେବାୟତ ଉପସ୍ଥିତ ଥିଲେ । ଏବେ ଆଧ୍ୟାତ୍ମିକ ମହକରେ ପୁଲକିତ ହେଉଛି ଶଙ୍ଖକ୍ଷେତ୍ର । ଆଜିଠାରୁ ଆରମ୍ଭ ହୋଇଛି ତିନି ଦିନିଆ ମହାଯଜ୍ଞ । ଏଥିସହ ବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରି ଦ୍ବାର । ବ୍ରାହ୍ଣଣଙ୍କ ମନ୍ତ୍ରପାଠ ଓ ନାମ ସଂକୀର୍ତ୍ତନ ଉଛୁଳି ପଡୁଛି ବଡ଼ଦାଣ୍ଡ ଓ ଶ୍ରୀକ୍ଷେତ୍ରର ଗଗନ ପବନ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.