Below header

ପ୍ରବଳ ବର୍ଷାରେ ବିଭିନ୍ନ ନଦୀରେ ବଢିବାରେ ଲାଗିଛି ଜଳସ୍ତର, ପାଣି ଘେରରେ ଅନେକ ଗାଁ

କେନ୍ୟୁଜ୍: ପ୍ରବଳ ବର୍ଷାରେ ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବେହାଲ ବାଙ୍କୀ । ବାଙ୍କୀ ଉପରଖଣ୍ଡର ଦୁଇଟି ବ୍ଲକର ପ୍ରାୟ ୧୩ଟି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଚଳିତ ବର୍ଷ ମହାନଦୀରେ ଦ୍ୱିତୀୟ ବନ୍ୟାଜଳ ଆସିଛି । ହୁଳୁହୁଳା ପୋଲ, ଆନନ୍ଦପୁର ରାସ୍ତାା ଉପରେ ୩ ଫୁଟର ପାଣି ଚାଲିଛି । ୬ଟି ପଞ୍ଚାୟତର ଲୋକେ ବାଙ୍କୀକୁ ଯାଆସ କରିପାରୁନାହାନ୍ତି । ବାଙ୍କୀ ବ୍ଲକର ଚନ୍ଦ୍ରପା ସେତୁ ଉପରେ ୩ ଫୁଟର ପାଣି ପ୍ରବାହିତ ହେବାର ଆଠଟି ପଞ୍ଚାୟତର ଲୋକ ବାଙ୍କୀରୁ ବିଚ୍ଛିନ୍ନ ହୋଇ ରହିଛି । ଗୋଳାଗଣ୍ଡ ପଞ୍ଚାୟତର ସାଁପୁର ଗାଁ ପାଣିଘେରରେ ରହିଥିବାରୁ ଲୋକେ ହାଇସ୍କୁଲରେ ଆଶ୍ରୟ ନେଇଛନ୍ତି । ତିନି ଦିନ ଧରି ଏଭଳି ସ୍ଥିତି ଲାଗିରହିଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ କେହି ପରିଦର୍ଶନରେ ଆସିନଥିବା ଲୋକେ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ କିମ୍ବା ବିଡିଓ କେହି ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିନାହାନ୍ତି ।

flood bbsrଲଗାଣ ବର୍ଷା ଓ ହୀରାକୁଦରୁ ଦ୍ୱିତୀୟ ବନ୍ୟାଜଳ ନିଷ୍କାସନ ପରେ ଖୋର୍ଦ୍ଧାରେ ବନ୍ୟା ସ୍ଥିତି

ଲଗାଣ ବର୍ଷା ଓ ହୀରାକୁଦରୁ ଦ୍ୱିତୀୟ ବନ୍ୟାଜଳ ନିଷ୍କାସନ ପରେ ଖୋର୍ଦ୍ଧାରେ ବନ୍ୟା ସ୍ଥିତି । ରାଜୁଆ ନଦୀରେ ବନ୍ୟା ଆସି ଖୋର୍ଦ୍ଧାର ବିଭିନ୍ନ ଗାଁରେ ପ୍ରବାହିତ ହେଉଛି। ପାଣି ଘେରରେ ଓରବରସିଂ ଓ ନରଣଗଡ଼ ପଞ୍ଚାୟତର ୨୦ଟି ଗାଁ । ବନ୍ୟା ପାଣି ମାଡ଼ି ଆସିବାରୁ ଏକର ଏକର ଜମିରେ ଫସଲ ନଷ୍ଟ ହୋଇଛି । ଘରେ ପାଣି ପଶିଯିବା ଫଳରେ ଲୋକେ ବାହାରକୁ ବାହାରି ପାରୁନାହାଁନ୍ତି । ଯାତାୟାତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି । ପାଣି ଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଛି ।

ପାଣି ଘେରରେ ପୁରୀ ଜିଲ୍ଲା କଣାସ ବ୍ଲକ

bramhaniପାଣି ଘେରରେ ପୁରୀ ଜିଲ୍ଲା କଣାସ ବ୍ଲକ। ଦୟାନଦୀରେ ଜଳସ୍ତର ବଢିବା ଯୋଗୁଁ ବିଭିନ୍ନ ଗାଁରେ ବନ୍ୟାଜଳ ପଶିଛି। ଗାଁ ଦାଣ୍ଡରେ ପ୍ରବାହିତ ହେଉଛି ଆଣ୍ଟୁଏ ଉଚ୍ଚର ପାଣି। ମୁନିଦା, ଦୋକନ୍ଦା, ତରବଡ଼ା, ବାଲିପାଟଣା, କକ୍ଷାରୁବସ୍ତ, ବଡାସ ଓ ବୈଦ୍ୟନାଥପାଟଣା ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ପାଣି ଆସି ଏକର ଏକର ଚାଷ ଜମିକୁ ମଧ୍ୟ ଜଳମଗ୍ନ କରିଛି। ପାଣି ଜମି ରହିବା ଫଳରେ ଧାନ ଫସଲ ସହ ପନିପରିବା ଚାଷ ମଧ୍ୟ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଏବେ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.