ସାବଧାନ ! ଗୋଟିଏ ସେଓ ଖାଇବା ସହିତ ଆପଣ ଖାଉଛନ୍ତି ୧୦ କୋଟି ବ୍ୟାକ୍ଟେରିୟା, ଜାଣନ୍ତୁ କେମିତି
ଆପଣ ଯେତେବେଳେ ଅତିରିକ୍ତ ଫାଇବର ପାଇଁ ସେଓ ଖାଇଥାନ୍ତି ସେତେବେଳେ ଆପଣ ଏହା ଧ୍ୟାନ ରଖନ୍ତୁ ଯେ ଆପଣ ପ୍ରାୟ ୧୦ କୋଟି ବ୍ୟାକ୍ଟେରିୟା ଖାଉଛନ୍ତି। ଆପଣ ନିଶ୍ଚିତ ଏହା ଭାବୁଥିବେ ଯେ କଣ ଏମିତି ସତରେ। ଆଜ୍ଞା ହଁ ଆମେ ଆପଣଙ୍କୁ ଜଣାଇବୁ ଏହି ବ୍ୟାକ୍ଟେରିୟା କେତେ ହାନିକାରକ ଏବଂ ଲାଭଦାୟକ ହୋଇଥାଏ।
ରିସର୍ଚ୍ଚରଙ୍କ ଅନୁଯାୟୀ ସେଓରେ ଅଧିକାଂଶ ବ୍ୟାକ୍ଟେରିୟା ରହିଛି କିନ୍ତୁ ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ ଆପଣ କେଉଁଭଳି ସେଓ ଖାଉଛନ୍ତି। ଜୈବିକ ରୂପରେ ଚାଷ କରାଯାଇଥିବା ସେଓରେ ପରମ୍ପରାଗତ ଭାବରେ ଚାଷ କରାଯାଇଥିବା ସେଓରେ ବିବିଧ ପ୍ରକାର ଏବଂ ସନ୍ତୁଳିତ ବ୍ୟାକ୍ଟେରିୟା ରହିଥାଏ ଯାହା ସ୍ୱାସ୍ଥ୍ୟକାରୀ ଏବଂ ସ୍ୱାଦିଷ୍ଟ ବନାଇଥାଏ।
ବ୍ୟାକ୍ଟେରୀୟା ଫଙ୍ଗଲ ଏବଂ ଭାଇରସ ଭୋଜନ ଦ୍ୱାରା ଆମ ଅନ୍ତରେ ପହଁଚିଥାଏ। ଖାଦ୍ୟ ରନ୍ଧା ହୋଇଥିବା କାରଣରୁ ଅଧିକାଂଶ ବ୍ୟାକ୍ଟେରିୟା ମରିଯାଇଥାନ୍ତି। ଏଥିପାଇଁ କଞ୍ଚା ଫଳ ଏବଂ ପରିବାରେ ଅଧିକ ବ୍ୟାକ୍ଟେରୀୟା ରହିଥାନ୍ତି।
ଏହାସହ ପଢନ୍ତୁ : ବ୍ଲଡ୍ ସୁଗାର, ଡାଇବେଟିସ୍ ଏବଂ ଓଜନକୁ ନିୟନ୍ତ୍ରିତ ରଖିଥାଏ କଲରା, ଥରେ ଏହାର ଫାଇଦା ବିଷୟରେ ଜାଣନ୍ତୁ
ଏକ ଅଧ୍ୟୟନରେ ପରମ୍ପରାଗତ ସେଓ ଏବଂ କିଣାଯାଇଥିବା ସେଓ ଓ ତାଜା ଅର୍ଗାନିକ ସେଓରେ ଥିବା ବ୍ୟାକ୍ଟେରିୟାର ତୁଳନା କରାଗଲା। ଏଥିରୁ ଏହା ମିଳିଲା ଯେ ଅର୍ଗାନିକ ଏବଂ ପରମ୍ପରାଗତ ସେଓରେ ବ୍ୟାକ୍ଟେରିୟା ସଂଖ୍ୟା ସମାନ ରହିଛି। ପ୍ରାୟ ଗୋଟିଏ ୨୪୦ ଗ୍ରାମ ସେଓରେ ୧୦ କୋଟି ବ୍ୟାକ୍ଟେରିୟା ଅଛନ୍ତି। ଅଧିକାଂଶ ବ୍ୟାକ୍ଟେରିୟା ମଞ୍ଜିରେ ରହିଛି। ଏଥିପାଇଁ ଯଦି ଆପଣ ମଞ୍ଜିକୁ କାଢ଼ି ଦିଅନ୍ତି ତେବେ ଆପଣଙ୍କ ଖାଦ୍ୟରେ ବ୍ୟାକ୍ଟେରୀୟା ସଂଖ୍ୟା ୧ କୋଟି ପଯ୍ୟର୍ନ୍ତ କମ୍ ହୋଇଯିବ।