ଢେଙ୍କାନାଳ : ବଡଝରା ଗାଁ ନିକଟ ରେଙ୍ଗାଳି କେନାଲରେ ଫସିଲା ହାତୀ, ବନବିଭାଗର ଦୀର୍ଘ ଘଣ୍ଟାର ଉଦ୍ୟମ ପରେ କରାଗଲା ଉଦ୍ଧାର

ଢେଙ୍କାନାଳ(କେନ୍ୟୁଜ୍): କେନାଲରେ ଫସିଲା ହାତୀ। ଢେଙ୍କାନାଳ ପରଜଙ୍ଗ ଥାନା ବଡଝରା ଗାଁ ନିକଟ ରେଙ୍ଗାଳି କେନାଲ ଭିତରେ ଆଜି ସକାଳେ ଗୋଟିଏ ଦନ୍ତା ହାତୀ ଫଶିଯାଇଥିଲା। ହାତୀଟି କେନାଲ ପାର ହେଉଥିବାବେଳେ ପ୍ରବଳ ପାଣି ଯୋଗୁଁ ବାହାରି ନପାରି ଭିତରେ ଫସି ରହିଥିଲା। ସକାଳ ଗୋଁଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ। ଏହାପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟା ପରେ ହାତୀଟିକୁ କେନାଲରୁ ବାହାର କରି ପାଖ ଜଙ୍ଗଲକୁ ଘଉଡାଇଥିଲେ। ପରଜଙ୍ଗ ଼ଅ଼ଞ୍ଚଳରେ ଗତ ଏକ ମାସ ଧରି ହାତୀ ଆତଙ୍କ ଦେଖାଦେଇଛି। ଗୋଟେ ମାସ ମଧ୍ୟରେ ହାତୀ ଆକ୍ରମଣରେ ୩ଜଣଙ୍କ ଜୀବନ ଯାଇଥିବାବେଳେ ବ୍ୟାପକ ଫସଲନ ନଷ୍ଟ ହୋଇଛି। ଘରଦ୍ୱାର ମଧ୍ୟ ଭାଙ୍ଗିଛନ୍ତି।