ଜହାନାବାଦର ଇତିହାସ ରଚିଲେ ସନୋଜ ରାଜ୍‌, KBC ସିଜନ୍‌ 11 ର ହେଲେ ପ୍ରଥମ କୋଟିପତି

ସୋନି ଟେଲିଭିଜନ ଚ୍ୟାନେଲରେ ପ୍ରସାରଣ ହେଉଥିବା ରିୟାଲିଟି ସୋ’ ‘କନ୍‌ ବନେଗା କରୋଡପତି’ ସିଜିନ୍‌-୧୧ କୁ ପ୍ରଥମ କରୋଡପତି ମିଳିସାରିଛନ୍ତି। ରିପୋର୍ଟ ଅନୁଯାୟୀ ହୁଲାସଗଞ୍ଜ ଜିଲ୍ଲାର ଢୋଗରା ଗାଁ ନିବାସୀ ସନୋଜ ରାଜ୍‌ ଏହି ସୋ’ ରେ ବିଜେତା ହୋଇ ବିହାରର ନା ରୋସନ କରିଛନ୍ତି।

ଗତ ମଙ୍ଗଳବାର ଦିନ ସୋନି ଚ୍ୟାନେଲ ନିଜର ଫେସବୁକ୍‌ ଏବଂ ଟ୍ଵିଟର ଆକାଉଣ୍ଟରେ ଆଗକୁଥିବା ଏପିସୋଡ୍‌ର ପ୍ରୋମୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସନୋଜ ରାଜ୍‌ ୧୫ଟି ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ଏକ କୋଟି ଟଙ୍କା ଜିତିଛନ୍ତି। ଟ୍ଵିଟ କରାଯାଇଥିବା ପୋଷ୍ଟ ଅନୁଯାୟୀ ବର୍ତ୍ତମାନ ସନୋଜ୍‌ ସାତ କୋଟି ଟଙ୍କାର ପ୍ରଶ୍ନ ପାଇଁ ଖେଳିବେ ବୋଲି ଜାଣିବାକୁ ମିଳିଛି। ଆସନ୍ତା ଗୁରୁବାର ଏବଂ ଶୁକ୍ରବାର ଦିନ ସନୋଜ୍‌ ଖେଳିଥିବା ଏପିସୋଡ୍‌ର ପ୍ରସାରଣ ହେବ।

kbcବାସ୍ତବରେ ବିହାରର ସନୋଜ୍‌ ରାଜ୍‌ କେବେ ମହାନଗର ଦେଖିନଥିଲେ। ତାଙ୍କ ପିତା ରାମଜନମ ଶର୍ମା ଜଣେ ସାଧାରଣ କୃଷକ ଥିଲେ। ସନୋଜ୍‌ ଜହାନାବାଦ ରେ ପାଠ ପଢିଛନ୍ତି। ସେ ବର୍ଦ୍ଧମାନର ଏକ କଲେଜରୁ ବିଟେକ୍‌ ପାସ୍‌ କରିବା ପରେ ଦୁଇ ବର୍ଷ ସହାୟକ କମାଣ୍ଡେଟ ପଦବୀରେ ଚାକିରୀ କରିଥିଲେ। କିନ୍ତୁ ପ୍ରଶାସନିକ କ୍ଷେତ୍ରରେ ଯିବା ପାଇଁ ତାଙ୍କର ଇଛା ଥିଲା। ସେ ଆଇଏଏସ୍‌ ହେବା ପାଇଁ ଇଛା ରଖିଥିଲେ।

ଏହାସହ ପଢନ୍ତୁ: ଭୋଜପୁରୀ ଅଭିନେତ୍ରୀ କାଜଲ ରାଘବାନୀଙ୍କୁ ହୋଇଛି ଏହି ଦୂରାରୋଗ୍ୟ ବେମାରୀ, ପୋଷ୍ଟରେ ଲେଖିଲେ “ଏଥିରେ ଲାଜ…

ରିପୋର୍ଟ ଅନୁଯାୟୀ ଏହା ପୂର୍ବରୁ ବିହାରର ରଞ୍ଜିତ କୁମାର ଏହି ରିୟାଲିଟି ସୋ’ ରେ ୨୫ ଲକ୍ଷ ଟଙ୍କା ଜିତି ସାରିଛନ୍ତି। ମୋଗଲ ସାମ୍ରାଜ୍ୟସହ ଜଡିତ ଥିବା ଏକ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇଥିବା କାରଣରୁ ସେ ୨୫ ଲକ୍ଷ ଟଙ୍କାରେ ପହଞ୍ଚିପାରିଥିଲେ। ସେ ଗୁଡଗାଓରେ ଚାକିରୀ କରିବା ସହ ଜଣେ ଇଲେକ୍ଟ୍ରିସିୟାନ ମଧ୍ୟ। ଏହା ପୂର୍ବରୁ ‘କନ ବନେଗା କରୋଡ ପତି’ ସୋ’ ର ପୂର୍ବ ଅଧ୍ୟାୟରେ ଚଂପାରଣ ଜିଲ୍ଲାର ସୁଶୀଲ କୁମାର ମଧ୍ୟ ୫ କୋଟି ଟଙ୍କା ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.