ଭାରତରେ ଥିବା ଶୂନଶାନ ସ୍ଥାନ ଧନୁଷକୋଟି, ଯେଉଁଠି ଠିଆ ହେଲେ ଦେଖାଯାଏ ଶ୍ରୀଲଙ୍କା

ତାମିଲନାଡୁର ପୂର୍ବ ତଟ ରାମେଶ୍ୱରମ ଦ୍ୱୀପର ଦକ୍ଷିଣ କୂଳରେ ଏପରି ଏକ ସ୍ଥାନ ରହିଛି, ଯାହାର ନାମ ଧନୁଷକୋଟି। ଭାରତରେ ଶେଷ ଭାଗରେ ଥିବା ଏକ ଶୂନଶାନ ଜାଗା । ଯେଉଁଠାରୁ ଆପଣମାନେ ଶ୍ରୀଲଙ୍କା ଦେଖିପାରିବେ। ପୂର୍ବରୁ ଏହି ସ୍ଥାନରେ ଲୋକ ରହିପାରୁଥିଲେ, କିନ୍ତୁ ଏବେ ଏଠାରେ କେହି ବି ରହୁନାହାନ୍ତି, ଜାଗାଟି ଶୂନଶାନ ଭାବେ ପଡିରହିଛି।

dd

ଧନୁଷକୋଟି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏପରି ଏକ ଜାଗା ଯାହା ବାଲି ଏକାଠି ହୋଇଥିବା ମାତ୍ର ୫୦ ଗଜ ଲମ୍ବ। । ଏହି ସ୍ଥାନକୁ ଦିନରେ ଅନେକ ଲୋକ ବୁଲିବାକୁ ଆସୁଥିବା ବେଳେ, ସନ୍ଧ୍ୟା ସମୟରେ ଏଠାକୁ ଆସିବାକୁ ବାରଣ କରାଯାଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକ ସନ୍ଧ୍ୟା ହେବା ସମୟ ପୂର୍ବରୁ ରାମେଶ୍ୱର ଫେରିଯାଆନ୍ତି, ଏହାର କାରଣ ଏଠିକାର ରାସ୍ତା ରହିଛି। ଧନୁଷକୋଡିରୁ ରାମେଶ୍ୱରମ ମଧ୍ୟରେ ଥିବା ୧୫ କିମି ଶୂନଶାନ, ଭୟଙ୍କର ଏବଂ ରହସ୍ୟମୟୀ ରାସ୍ତା ଯୋଗୁଁ ପର୍ଯ୍ୟଟକମାନଙ୍କୁ ସନ୍ଧ୍ୟା ସମୟରୁ ଫେରିଯିବାକୁ ପଡିଥାଏ। ଅନେକ ଲୋକ ଏହି ସ୍ଥାନରେ ଭୂତ ରହୁଥିବା ବୋଲି କହୁଛନ୍ତି।

2

୧୯୬୪ରେ ଆସିଥିବା ଭୟାନକ ସୁନାମି ପୂର୍ବରୁ ଧନୁଷକୋଟି ଏକ ଜଣାଶୁଣା ପର୍ଯ୍ୟଟନ ସ୍ଥଳ ଏବଂ ତୀର୍ଥ ସ୍ଥଳ ଭାବେ ପରିଚିତ ଥିଲା। ଏହି ସୁନାମୀ ଫଳରେ ଧନୁଷକୋଟିରେ ଥିବା ରେଲେଓ୍ଵ ଷ୍ଟେସନ, ହସିପିଟାଲ, ଚର୍ଚ୍ଚ, ହୋଟେଲ, ପୋଷ୍ଟ ଅଫିସ ସବୁକିଛି ନଷ୍ଟ ହୋଇଗଲା। କୁହାଯାଏ, ୧୦୦ରୁ ଅଧିକ ଯାତ୍ରୀ ଥିବା ଏକ ରେଳଗାଡି ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ତା ପର ଠାରୁ ଏହି ସ୍ଥାନ ବିଲକୁଲ ଶୂନଶାନ ହୋଇ ପଡିରହିଛି।

କୁହାଯାଏ, ରାବଣର ଭାଇ ବିଭୀଷଣଙ୍କ ଅନୁରୋଧ କ୍ରମେ ଭଗବାନ ରାମ ନିଜ ଧନୁଷ ମୁଣ୍ଡରେ ଏହି ସେତୁକୁ ଭାଙ୍ଗି ଦେଇଥିଲେ। ଏଥିପାଇଁ ଏହାର ନାମ ଧନୁଷକୋଟି।