Below header

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠକେଇ, ୪ ବର୍ଷରେ ୨୦ ଲକ୍ଷରୁ ଅଧିକ ଲୁଟ୍‌ ହୋଇଥିବା ଅଭିଯୋଗ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ପଞ୍ଚଗାଁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏହି ଦୁର୍ନୀତିରେ ସ୍ଥାନୀୟ ପଞ୍ଚାୟତର ଜିଆର୍‌ଏସ୍ ପ୍ରଭାତ ସା ଏବଂ ଲଖନପୁରର ଜୁନିୟର ଇଞ୍ଜିନିୟର ପ୍ରକାଶ ସାହୁ ଜଡିତ ଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ପ୍ରକାଶ ସାହୁ କିପରି ୪ ବର୍ଷରେ ୨୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ କରିଥିବା ବଖାଣିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ନିକଟକୁ ଲେବର ପେମେଣ୍ଟ ଜଣକ ପିଛା ୧୬ ହଜାର ଟଙ୍କା ଆସିଥାଏ । ହେଲେ ପ୍ରଭାତ ଏହାକୁ ନିଜ ସମ୍ପର୍କୀୟଙ୍କ ଆକାଉଂଟରେ ଜମା କରୁଥିବା ଭିଡିଓରେ କହିଛନ୍ତି । ଏହପରି ୪ ବର୍ଷରେ ୨୦ ଲକ୍ଷରୁ ଅଧିକ ଟଙ୍କା ହଡପ କରିଛନ୍ତି । ଜିଆର୍‌ଏସଙ୍କୁ ମଧ୍ୟ ସେ ଏହି କାମ ଶିଖାଇଛନ୍ତି । ତେବେ ୨୦୧୩ରେ ଅଡିଟ୍ ହୋଇ ପ୍ରଭାତଙ୍କ ବିରୋଧରେ ତଦନ୍ତ ହୋଇଥିଲା । ହେଲେ ଏଥିରେ ପ୍ରଭାତ କୌଣସି ଦୁର୍ନୀତି କରିନଥିବା କହିଥିଲେ ଜେଇ । ଏହି ମହାଦୁର୍ନୀତି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ରେଙ୍ଗାଲିର ଖୁସିରାମ ପ୍ରଧାନ ନାମକ ଜଣେ ବ୍ୟକ୍ତି ଜେଇଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ମଧ୍ୟରେ ଏକ ଭିଡିଓ ରେକର୍ଡ କରିନେଇଥିଲେ । ଯାହାର ଟେର୍ ପାଇପାରିନଥିଲେ ଜେଇ । ସେପଟେ ଭିଡିଓ ଭାଇରାଲ୍ ହେବା ପରେ ପ୍ରଭାତଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.