ସରକାରୀ ଷ୍ଟୋରେଜ୍‌ରେ ସଢ଼ିଗଲା ୩୨ ହଜାର ଟନ୍‌ ପିଆଜ!

ଗୋଟିଏ ପଟେ ସାରା ଦେଶରେ ପିଆଜ ଦର ଆକାଶ ଛୁଆଁ ହୋଇଯାଇଥିବା ବେଳେ ଅନ୍ୟ ପଟେ ପିଆଜକୁ ନେଇ ଏବେ ସରକାର ହାତ ଉପରକୁ ଟେକିଦେଇଥିବା ଦେଖିବାକୁ ମିଳିଛି। ବୁଧବାର ସଂସଦରେ କେନ୍ଦ୍ରୀୟ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସଓ୍ଵାନ୍‌ କହିଛନ୍ତି, ଚଳିତବର୍ଷ ବର୍ଷା ଏବଂ ବନ୍ୟା ଯୋଗୁ ପିଆଜ ଉତ୍ପାଦନରେ ୨୬ ପ୍ରତିଶତ ହ୍ରାସ ପାଇଛି। ସରକାରୀ ଷ୍ଟୋରେଜ୍‌ରେ ଯେଉଁ ୬୫,୦୦୦ ଟନ୍‌ ପିଆଜ ଷ୍ଟକ୍‌ ଥିଲା, ସେଥିମଧ୍ୟରୁ ଏବେ ୫୦ ପ୍ରତିଶତ ସଢ଼ିଯାଇଛି। ଅର୍ଥାତ୍‌ ପାଖାପାଖି ୩୨,୫୦୦ ଟନ୍‌ ପିଆଜ ନଷ୍ଟ ହୋଇଯାଇଛି।

oni1

ଏହାସହ ପଢ଼ନ୍ତୁ: ଚିଡ଼ିଆଖାନାରେ ମହିଳାଙ୍କୁ କୁଣ୍ଢେଇ ପକାଇଲା ଭାଲୁ, ଦେଖନ୍ତୁ ତା’ପରେ କ’ଣ ହେଲା…

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପିଆଜ ଷ୍ଟକ୍‌ ଲିମିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବେପାରୀମାନଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଦେଶର ମହାନଗରୀ ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇରେ ପିଆଜର କିଲୋଗ୍ରାମ ମୂଲ୍ୟ ୧୦୦ରୁ ୨୦୦ ଟଙ୍କା ପଯ୍ୟର୍ନ୍ତ ପହଞ୍ଚିଯାଇଛି। ବ୍ୟବସାୟୀମାନଙ୍କ କହିବା ହେଲା, ଯଦି ମଣ୍ଡିରେ ପିଆଜ ସପ୍ଲାଇ ବଢ଼ୁନାହିଁ, ତା’ହେଲେ ମୂଲ୍ୟ ଆହୁରି ବଢ଼ିପାରେ।

oni2

ଏହାସହ ପଢ଼ନ୍ତୁ: ତାନ୍ତ୍ରିକ କହିଲା ଘର ତଳେ ଅଛି ଅଢ଼େଇ କ୍ୱିଣ୍ଟାଲ ସୁନା, ଖୋଲିବାରୁ ବାହାରିଲା ଏମିତି କିଛି…

ସେପଟେ କୋଲକାତାରେ ପ୍ରତି କିଲୋଗ୍ରାମ ପିଆଜ ମୂଲ୍ୟ ୧୦୦ ଟଙ୍କା ପାର୍‌ ହୋଇଯାଇଛି। ଲୋକାଲ୍‌ ପରିବା ମଣ୍ଡିରେ ୧୨୦ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି ହେଉଛି। ଚେନ୍ନାଇରେ ପିଆଜର ଖୁଚୁରା ମୂଲ୍ୟ ୧୨୦ ଟଙ୍କା ପ୍ରତି କିଲୋଗ୍ରାମ ରହିଛି। ତେବେ ଗତବର୍ଷ ପିଆଜର ହୋଲ୍‌ସେଲ ଦାମ୍‌ ୫୦ରୁ ୬୦ ଟଙ୍କା ପ୍ରତି କିଲୋଗ୍ରାମ ଥିଲା। ଏହାପରେ ଖୁଚୁରା ଦାମ୍‌ ୮୦ ଟଙ୍କା ପଯ୍ୟର୍ନ୍ତ ରହିଥିଲା। କାୟମେନ୍ଦୁ ବଜାରରେ ପ୍ରତ୍ୟେକ ଦିନ ୫୦ ଟ୍ରକ୍‌ ପିଆଜ ଆସୁଥିବା ସତ୍ତ୍ୱେ ୪୦ ପ୍ରତିଶତ ପଯ୍ୟର୍ନ୍ତ ଆବଶ୍ୟକ ପୂରଣ ହୋଇପାରୁ ନ ଥିବାରୁ ଲଗାତାର ମୂଲ୍ୟ ବଢ଼ିଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.