ଦ୍ୱିତୀୟ ବିବାହ ପାଇଁ ଆୟୋଜନ ଚାଲିଥିଲା ବେଳେ ପହଞ୍ଚିଲେ ପ୍ରଥମ ସ୍ୱାମୀ

ଭୁନେଶ୍ୱର(କେନ୍ୟୁଜ୍): ଦ୍ୱିତୀୟ ବିବାହ ପାଇଁ ଆୟୋଜନ ଚାଲିଥିଲା। ଆଉ ଏତିକିବେଳେ ପହଞ୍ଚିଗଲେ ପ୍ରଥମ ସ୍ୱାମୀ। ଅଧାରୁ ଅଟକିଗଲା ବାହାଘର। ଭୁନେଶ୍ୱରରେ ଘଟିଛି ଏଭଳି ଘଟଣା। ଗତ ୬ ବର୍ଷ ତଳେ ଯୁବତୀଙ୍କର ଦେଖା ହୋଇଥିଲା ଅନୁଗୁଳର ରମେଶ ବାରିକଙ୍କ ସହ। ଏହାପରେ ପ୍ରେମ ଏବଂ ବାହାଘର। ୨୦୧୩ରେ ଅନୁଗୁଳରେ ଏକ କୋର୍ଟରେ ଦୁଇ ଜଣ ମ୍ୟାରେଜ କରିଥିଲେ। ବିବାହ ପରେ ସେମାନେ ଭୁନେଶ୍ୱରରେ ଆସି ରହୁଥିଲେ। ବେଶ୍ କିଛି ବର୍ଷ ହସଖୁସିରେ ଚାଲିଲା ସଂସାର। ରମେଶ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରୀ ପାଇଥିବାବେଳେ ସ୍ତ୍ରୀ ଓଡ଼ିଶା ବାହାରେ ଚାକିରୀ କରିଥିଲେ। କିନ୍ତୁ କିଛି ମାସ ହେବ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଏନେଇ ସେ ଅନୁଗୁଳ କୋରେଟରେ ସ୍ତ୍ରୀ ଧୋକା ଦେଉଥିବା ନେଇ ଅଭିଯୋଗ କରିଥିଲେ। କୋର୍ଟ ଯୁବତୀଙ୍କୁ ନୋଟିସ୍ କରିଥିଲେ। ତେବେ ନୋଟିସକୁ ବେଖାତିର କରି ସେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତି କରିଥିଲେ। ଗତକାଲି ତାଙ୍କର ମେହେନ୍ଦି ଥିବା ବେଳେ ଆଜି ତାଙ୍କର ବାହାଘର ଥିଲ। ହେଲେ ଖବର ପାଇ ଯୁବତୀଙ୍କ ଘରେ ରମେଶ ପହଞ୍ଚିଥିଲେ। ଆଉ ଅଧାରେ ଅଟକିଥିଲା ବାହାଘର ପ୍ରସ୍ତୁତି। ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସେପଟେ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଯୁବତୀଙ୍କ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.