Below header

ଆୟୁଷ୍ମାନଙ୍କ ଆଉଏକ ରେକର୍ଡ, ବନିଲେ ଭାରତର ନମ୍ବର-୧ ବ୍ରାଣ୍ଡ ଆମ୍ବାସାଡର

ବର୍ତ୍ତମାନ ସମୟରେ ବଲିଉଡ କଳାକାର ଆୟୁଷ୍ମାନ ଖୁରାନା ଆମ୍ବାସେଡର ତାଲିକାରେ ନମ୍ବର ୧ରେ ଅଛନ୍ତି ।  ଗତ ଦୁଇ ବର୍ଷ ଭିତରେ ଆୟୁଷ୍ମାନ ଖୁରାନା ଲଗାତାର ୭ଟି ହିଟ ଫିଲ୍ମ ଦେଇସାରିଲେଣି ।  ତାଙ୍କ ପ୍ରତିଭାକୁ ପ୍ରଥମେ ୟସରାଜ କମ୍ପାନୀର ସହଯୋଗୀ ସଂସ୍ଥା ୟସରାଜ ଟ୍ୟାଲେଣ୍ଟ ହିଁ କରିଥିଲେ । ଦେଶର ବହୁ କମ୍ପାନୀ ନିଜ ନିଜ ଉତ୍ପାଦ ଗୁଡିକର ବ୍ରାଣ୍ଡ ଆମ୍ବସେଡର ହେବା ଆୟୁଷ୍ମାନଙ୍କୁ ହିଁ ପ୍ରଥମେ ଚୟନ କରୁଛନ୍ତି ।  ବିଗତ ଦୁଇ ବର୍ଷ ଭିତରେ ସେ ୧୦୦ କୋଟିରୁ ଉର୍ଦ୍ଦ୍ୱ ବ୍ୟବସାୟ କରିଥିବା ୩ଟି ଫିଲ୍ମ ଆୟୁସ୍ମାନ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ।  ଗତ ବର୍ଷ ଅର୍ଥାତ ୨୦୧୮ ମସିହାରେ ଆୟୁଷ୍ମାନ ଲଗାତାର ୪ଟି ହିଟ ଫିଲ୍ମ ଦେଇଥିବା ବେଳେ ବର୍ଷ ଶେଷ ବେଳକୁ ୫ଟି ଉତ୍ପାଦର ବ୍ରାଣ୍ଡ ଆମ୍ବାସେଡର ବନିଯାଇଥିଲେ ।

aysman

ଚଳିତ ବର୍ଷ ବି ଏହି ଯୁବ ଅଭିନେତା ଜଣକ ଆର୍ଟିକିଲ -୧୫, ଡ୍ରିମ ଗାର୍ଲ ଓ ଵାଲା ପରି କେତେକ ହିଟ ଫିଲ୍ମ ଦର୍ଶକ ମାନଙ୍କୁ ଭେଟି ଦେଇସାରିଲେଣି ।  କହିବାକୁ ଗଲେ ଏବେ ଆୟୁଷ୍ମାନଙ୍କ କ୍ୟାରିୟରର ଗାଡି ଫୁଲ ସ୍ପିଡ଼ରେ ଚାଲିଛି ।  ଆଉ ମଧ୍ୟ ତାଙ୍କ ପାଖକୁ ବିଗତ ଗୋଟେ ବର୍ଷ ଭିତରେ ୧୫ ଟି ନୂଆ ବ୍ରାଣ୍ଡ ଆସିଛି ।  ଏହାକୁ ମିଶାଇ ସେ ବର୍ତ୍ତମାନ ୨୦ ଉତ୍ପାଦର ପ୍ରଚାରରେ ଲାଗିଛନ୍ତି ।  ଏଗୁଡିକ ଭିତରେ ରିୟଲ ଇଷ୍ଟେଟ, ମୋବାଇଲ କମ୍ପାନୀ, ପ୍ରସାଧନ ସାମଗ୍ରୀ, ଦିଓଡ୍ରାଏଣ୍ଟ, ଘଡି, ଚଷମା ପରି ଉତ୍ପାଦ ମାନ ରହିଛି ।  ବଲିଉଡରେ ଶାହରୁଖଙ୍କ ପରେ ଆୟୁଷ୍ମାନ ଏମିତି ଜଣେ କଳାକାର ଯିଏ ଟେଲିଭିଜନ ଜଗତରୁ ନିଜ କ୍ୟାରିୟର ଆରମ୍ଭ କରି ହିନ୍ଦୀ ଫିଲ୍ମ ଜଗତରେ ସଫଳତାର ଶୀର୍ଷକୁ ଛୁଇଁ ପାରିଛନ୍ତି ।

ଏହା ସହ ପଢନ୍ତୁ: ଅଗ୍ନିପଥ ଚଳଚ୍ଚିତ୍ରରେ ହ୍ରିତିକଙ୍କ ସାନ ଭଉଣୀ ହୋଇଥିବା ଏହି ଅଭିନେତ୍ରୀ ଏବେ ଦେଖାଯାଉଛନ୍ତି କିଛି ଏପରି

 

ଆୟୁଷ୍ମାନଙ୍କ ଅଭିନୀତ “ଗୁଲାବୋ ଶୀତାବୋ” ଆଗକୁ ରିଲିଜ ହେବାକୁ ଯାଉଛି ।  ଯେଉଁଥିରେ ସେ ବିଗ ବି ଅମିତାଭଙ୍କ ସହ ଅଭିନୟ କରୁଛନ୍ତି ।  ଜଣେ କମ୍ପାନୀ ମାଲିକଙ୍କ ଅନୁଯାୟୀ ଉତ୍ପାଦର ପ୍ରମୋସନ ପାଇଁ ଆମକୁ ସବୁବେଳେ ଏମିତି ଏକ ଚେହେରାର ଆବଶ୍ୟକତା ରହିଥାଏ ଯିଏ ନିଜ କଥା ଓ କାମରେ ଦୃଢ ଥିବ | ଯାହା ଉପରେ ଲୋକେ ଆଖିବୁଜି ବିଶ୍ୱାସ କରିପାରୁଥିବେ ।  ଆୟୁଷ୍ମାନ ଙ୍କ ଚରିତ୍ର ଏଥିପାଇଁ ସୁହାଇଥାଏ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.