ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଭଦ୍ରକର ଘରୋଇ ନର୍ସିଂହୋମ୍‌ରେ ଉତ୍ତେଜନା

ଭଦ୍ରକ(କେନ୍ୟୁଜ୍): ରୋଗୀ ମୃତ୍ୟୁରୁ ଉତ୍ତେଜନା। ଭଦ୍ରକର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଯାଜପୁର ପାଣିକୋଇଲି ବାଙ୍କସାହିର ସ୍ୱର୍ଣ୍ଣଲତା ମହାପାତ୍ର। ଡାକ୍ତରଙ୍କ ଅବେହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତକାଲି ସ୍ୱର୍ଣ୍ଣଲତାଙ୍କ ଗର୍ଭାଶୟରେ ଅପରେସନ୍ କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାର ଲୋକ । ଏହାପରେ ନର୍ସିଂହୋମ୍‌ରେ ଉତ୍ତେଜନା ଦେଖାଦେଇଥିଲା। ସହରାଞ୍ଚଳ ଥାନାଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଅଭିଯୋଗକୁ ସଂପୃକ୍ତ ଡାକ୍ତର ଖଣ୍ଡନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.