ଘଟଙ୍ଗା : ଟ୍ରେନ ଲାଇନରୁ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ମ୍ରୁତ ଦେହ ଉଦ୍ଧାର

ଘଟଙ୍ଗା (କେନ୍ୟୁଜ୍) : ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର । ଘଟଙ୍ଗା ଥାନା ସାନ୍ତରାପୁର ନିକଟସ୍ଥ ଟ୍ରେନ ଲାଇନରୁ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ସାନ୍ତରାପୁର ଗ୍ରାମର ଗଣନାଥ ଗିରି। ତେବେ ପରିବାର ଲୋକଙ୍କ ଅନୁଯାୟୀ ଗତକାଲ ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ପୋଲିସ ତଦନ୍ତ ପରେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିବ।