Below header

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର । ଗତ ୨୪ ଘଣ୍ଟା ଭିତରେ ସେ ଅଧିକ ଅସୁସ୍ଥ ହୋଇଥିବା ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଏମସ ପକ୍ଷରୁ ଜାରି ମେଡିକାଲ ବୁଲେଟିନରେ କୁହାଯାଇଛି । ଗତକାଲି ଦିଲ୍ଲୀ ଏମସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ପାଖାପାଖି ୪୫ ମିନିଟରୁ ଅଧିକ ସମୟ ରହିଥିଲେ । ସେହିପରି ବହୁ କେନ୍ଦ୍ରମନ୍ତ୍ରୀ ବି ଏମସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଥିଥିଲେ । ଗତ ୩ ଦିନ ହେଲା ବାଜପେୟୀଙ୍କ ଦେହ ଅଧିକ ଅସୁସ୍ଥ ହୋଇଥିବା ଶୁଣିବାକୁ ମିଳିଥିଲା । ଅସୁସ୍ଥତା କାରଣରୁ ୯୩ ବର୍ଷୀୟ ବାଜପେୟୀ ଗତ ଜୁନ୍ ୧୧ ତାରିଖରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଡିମେନସିଆ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି ବାଜପେୟୀ । ୨୦୦୯ ମସିହାରୁ ଦୀର୍ଘ ୯ ବର୍ଷ ହେବ ସେ ଅସୁସ୍ଥ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.