Below header

ଖାଦ୍ଯ ସୁରକ୍ଷା ଆଇନ କାର୍ଯକାରିତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚାରୋଟି ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

ଖାଦ୍ୟ ସୁରକ୍ଷା ଓ ସାଧାରଣ ବଣ୍ଟନ ବିଭାଗ, ପଂଚାୟତରାଜ୍ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନକୁ କିଭଳି କାର୍ଯ୍ୟକାରୀ କରାଯାଉଛି, ସେ ସମ୍ପର୍କରେ ଏହି ସମସ୍ତ ବିଭାଗ ସତ୍ୟପାଠ ଦାଖଲ କରିଛନ୍ତି।

କଟକ(କେନ୍ୟୁଜ୍): ଖାଦ୍ଯ ସୁରକ୍ଷା ଆଇନ କାର୍ଯକାରିତା ପ୍ରସଙ୍ଗରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦାୟର ମାମଲାରେ ରାଜ୍ୟ ସରକାରଙ୍କ ଚାରୋଟି ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଖାଦ୍ୟ ସୁରକ୍ଷା ଓ ସାଧାରଣ ବଣ୍ଟନ ବିଭାଗ, ପଂଚାୟତରାଜ୍ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନକୁ କିଭଳି କାର୍ଯ୍ୟକାରୀ କରାଯାଉଛି, ସେ ସମ୍ପର୍କରେ ଏହି ସମସ୍ତ ବିଭାଗ ସତ୍ୟପାଠ ଦାଖଲ କରିଛନ୍ତି।

ରାଜ୍ୟର ପଞ୍ଚାୟତ ସ୍ତରରେ ଏହି ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ସେ ସମ୍ପର୍କୀତ ଅଡିଟ ରିପୋର୍ଟ ର ଭିଡିଓଗ୍ରାଫି ହୋଇଥିବା ବେଳେ ତାହା ମଧ୍ୟ କୋର୍ଟରେ ଦାଖଲ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ ରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି।ରାଜ୍ୟରେ ଖାଦ୍ଯ ସୁରକ୍ଷା ଆଇନ ମଧ୍ୟରେ କାର୍ଯକାରି ହେଉଥିବା ୪ଟି ଯୋଜନାର ପଂଚାୟତସ୍ତରରୁ ଜିଲା ପର୍ଯନ୍ତ ସୋସିଆଲ ଅଡିଟ କରିବା ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ଅଦାଲତ। ତେବେ ମଧ୍ୟାହ୍ନ ଭୋଜନ, ମମତା ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା, ଇପିଡିଏସ ଯୋଜନାର ଜାତୀୟ ଖାଦ୍ଯ ସୁରକ୍ଷା ଆଇନର ଧାରା ୮ ଅନୁସାରେ ସୋସିଆଲ ଅଡିଟ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ।

ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆମିକସ କ୍ୟୁରୀ ଏ ନେଇ ତାଙ୍କର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ଆମିକସ କ୍ୟୁରୀ ଭାବେ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.