Below header

ନକଲି କାଗଜ ପତ୍ର ଦେଇ, ନକଲି ଠିକାଦାର ଲୁଟି ନେଲେ ୪ ଲକ୍ଷ ଟଙ୍କା

କାମ କଲେ କିଏ, ଟଙ୍କା ଉଠାଇ ଫେରାର ମାରିଲେ ଆଉ କିଏ । ନକଲି କାଗଜ ପତ୍ର ଦେଇ ନକଲି ଠିକାଦାର ଲୁଟି ନେଲେ ୪ ଲକ୍ଷ ଟଙ୍କା । ଅସଲି ମଜାରରେ ନକଲି ଫଳକ ଲଗାଇ ଏଭଳି ଲୁଟ୍ ହୋଇଛି । ଭଦ୍ରକ ପୌରପାଳିକାର ୨୨ ନମ୍ବର ୱାର୍ଡରେ ଥିବା ଫିରୋଜ ସାହା ବାବାଙ୍କ ମଜାରର ନବୀକରଣ ବେଳେ ଏଭଳି ଘଟିଛି ।

ଭଦ୍ରକ (କେନ୍ୟୁଜ): କାମ କଲେ କିଏ, ଟଙ୍କା ଉଠାଇ ଫେରାର ମାରିଲେ ଆଉ କିଏ । ନକଲି କାଗଜ ପତ୍ର ଦେଇ ନକଲି ଠିକାଦାର ଲୁଟି ନେଲେ ୪ ଲକ୍ଷ ଟଙ୍କା । ଅସଲି ମଜାରରେ ନକଲି ଫଳକ ଲଗାଇ ଏଭଳି ଲୁଟ୍ ହୋଇଛି । ଭଦ୍ରକ ପୌରପାଳିକାର ୨୨ ନମ୍ବର ୱାର୍ଡରେ ଥିବା ଫିରୋଜ ସାହା ବାବାଙ୍କ ମଜାରର ନବୀକରଣ ବେଳେ ଏଭଳି ଘଟିଛି । ଏହି ଗାଁର ଶରତ ସେଠୀ ନାମକ ଜଣେ ଯୁବକ ନକଲି ଫଳକ, ନକଲି କାଗଜପତ୍ର କରି ଭଦ୍ରକ ବ୍ଲକ ଅଫିସରେ କାର୍ଯ୍ୟାଦେଶ ନେଇଥିବା ପିଇଓଙ୍କୁ ଦେଇଥିଲେ । ତା ପରେ ଟଙ୍କା ଉଠେଇ ନେଇଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସ୍ଥାନୀୟ ଲୋକଙ୍କ ଦାବି ପରେ ଏହି ମଜାରକୁ ନବୀକରଣ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ପରେ ପିଇଓଙ୍କ ପରାମର୍ଶରେ କମିଟି ଦ୍ୱାରା ମଜାରର ନିର୍ମାଣ କାର୍ଯ୍ୟ ଶେଷ ହୋଇ ବ୍ଲକ କାର୍ଯ୍ୟାଳୟରେ ବିଲ ଦାଖଲ କରାଯାଇଥିଲା । ହେଲେ ଜେଇ କହିଥିଲେ କି ଏ ବାବଦରେ ଟଙ୍କା ଆମେ ପେମେଣ୍ଟ କରି ସାରିଛୁ । ତେବେ ଟଙ୍କା କାହାକୁ ଦେଲେ ସେ ବାବଦରେ କୌଣସି ସଠିକ ତଥ୍ୟ ଦେଇ ପାରି ନଥିଲେ । ଯାହାକୁ ନେଇ ଏବେ ଅଡୁଆରେ ଭଦ୍ରକ ବିଡିିଓ । ସେପଟେ ମଜାର କମିଟିର କର୍ମକର୍ତ୍ତାଙ୍କ ଏତଲା ପରେ ଏକ ଠକେଇ ମାମଲା ରୁଜୁ କରି ପୁରୁଣା ବଜାର ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଯୁବକ ଏବେ ଫେରାର ଥିବା ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.