ସଂସଦ ପରେ ଗୃହ ମନ୍ତ୍ରଣାଳୟରେ ପଶିବାକୁ ଉଦ୍ୟମ, ଯୁବକଙ୍କୁ ଗିରଫ କଲା ପୋଲିସ

ଗୃହ ମନ୍ତ୍ରଣାଳୟ ସୁରକ୍ଷାକୁ ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଯୁବକ ଗିରଫ । ନିଜର ନକଲି ପରିଚୟ ପତ୍ର ତିଆରି କରି ଗୃହ ମନ୍ତ୍ରଣାଳୟରେ ପଶିବାକୁ ଚେଷ୍ଟା କରୁଥିଲା ଯୁବକ । ପୋଲିସ ଯୁବକଙ୍କୁ ଗିରଫ କରିବା ପରେ ତଦନ୍ତ ଜାରି ରଖିଛି । ତେବେ ଗିରଫ ଯୁବକଙ୍କର କୌଣସି ଆତଙ୍କୀ ଲିଙ୍କ ଥିବା ଜଣାପଡିନାହିଁ ।

ସଂସଦ ପରେ ଏବେ ଗୃହ ମନ୍ତ୍ରଣାଳୟ ସୁରକ୍ଷାକୁ ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଯୁବକ ଗିରଫ । ନକଲି ପରିଚୟ ପତ୍ର ତିଆରି କରି ଗୃହ ମନ୍ତ୍ରଣାଳୟରେ ଯୁବକ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗିରଫ କରିଛି । ଦିଲ୍ଲୀର କର୍ତ୍ତବ୍ୟ ପଥ ଥାନା ପୋଲିସ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକଙ୍କୁ ସ୍ପେଶାଲ ସେଲ ଏବଂ ଅନ୍ୟ ଏଜେନ୍ସୀ ପଚରାଉଚରା କରୁଛି ।

ଗିରଫ ହୋଇଥିବା ଯୁବକଙ୍କ ନାମ ଆଦିତ୍ୟ ପ୍ରତାପ ସିଂ । ଆଦିତ୍ୟ ନିଜର ନକଲି ପରିଚୟ ପତ୍ର ତିଆରି କରି ଗୃହ ମନ୍ତ୍ରଣାଳୟରେ ପଶିବାକୁ ଚେଷ୍ଟା କରୁଥିଲା । ପୋଲିସ ଯୁବକଙ୍କୁ ଗିରଫ କରିବା ପରେ ତଦନ୍ତ ଜାରି ରଖିଛି । ତେବେ ଗିରଫ ଯୁବକଙ୍କର କୌଣସି ଆତଙ୍କୀ ଲିଙ୍କ ଥିବା ଜଣାପଡିନାହିଁ । ଗିରଫ ଯୁବକଙ୍କୁ ସ୍ପେଶାଲ ସେଲ ଏବଂ ଅନ୍ୟ ଏଜେନ୍ସୀ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୧୩ ତାରିଖରେ ସଂସଦର ଲୋକସଭା ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଦୁଇ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ଆତଙ୍କ ରଚିଥିଲେ । କିଛି ସ୍ପ୍ରେ କରିବା ସହିତ ସ୍ମୋକ ଫାୟାର ମଧ୍ୟ କରିଥିଲେ । ଏହି ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଲୋକସଭାରେ ୨ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଉପରକୁ ଡେଇଁଥିଲେ । ସେମାନେ କିଛି ସ୍ପ୍ରେ କରିବା ସହିତ ସ୍ନୋକଂ ଫାୟରିଂ କରିଥିଲେ । ଏହାପରେ ସାଂସଦମାନେ ତାଙ୍କୁ କାବୁ କରିବା ପରେ ରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.