Below header

ହସ୍ପିଟାଲରେ ମିଳିଲାନି ବେଡ୍ : ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ବାହାରେ ଗଡୁଛନ୍ତି ମହିଳା

ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ବେଡ୍ ବଦଳରେ ମେଡିକାଲ ଚଟାଣରେ ଶୋଇଲେ ମହିଳା ।

ଆଳି (କେନ୍ୟୁଜ ): ସ୍ୱାସ୍ଥ୍ୟ ବ୍ୟବସ୍ଥାର କରୁଣ ଚିତ୍ର । ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ବେଡ୍ ବଦଳରେ ମେଡିକାଲ ଚଟାଣରେ ଶୋଇଲେ ମହିଳା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଫ୍ୟାମିଲ ପ୍ଲାନିଙ୍ଗ ଅପରେସନ ପାଇଁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଭିନ୍ନ ପଞ୍ଚାୟତରୁ ୨୯ ଜଣ ମହିଳା ଅପରେସନ ପାଇଁ ଆସିଥିଲେ । ଆଶାକର୍ମୀଙ୍କ ଦ୍ବାରା ଏମାନେ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାକୁ ଆସିଥିଲେ। କିନ୍ତୁ ଅପରେସନ ପରେ ସେମାନଙ୍କ ପାଇଁ କୌଣସି ବେଡ଼ର ବ୍ୟବସ୍ଥା କରାଯାଇନଥିଲା । ଫଳରେ ଅପରେସନ ହୋଇଥିବା ୨୯ଜଣ ମହିଳାଙ୍କୁ ମେଡ଼ିକାଲ ଚଟାଣରେ ଏକ ଜରିପାଲ ପକାଇ ଶୁଆଇ ଦିଆଯାଇଥିଲା ।

ଏହାକୁ ନେଇ ଚିକିତ୍ସିତ ହୋଇଥିବା ମହିଳା ଓ ଆଶାକର୍ମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେପଟେ ମେଡିକାଲ କାମ ଚାଲୁଥିବାରୁ ବେଡ଼ର ବ୍ୟବସ୍ଥା ହୋଇପାରିନଥିବା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.