Below header

ସୋରିଷ ଓ ସୂର୍ଯ୍ୟମୁଖୀ ଚାଷ କରି ପେଟ ପୋଷୁଛନ୍ତି ଚାଷୀ, କିନ୍ତୁ ଏବେ ବି ରହିଛି ଅନେକ ସମସ୍ୟା

ବନ ପାହାଡ ଘେରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା, କିନ୍ତୁ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି କନ୍ଧମାଳର ସୋରିଷ ଫୁଲ ଓ ସୂର୍ଯ୍ୟମୁଖୀ ଫୁଲର କ୍ଷେତ । ସରକାରଙ୍କ ଅଣଧାନ ପ୍ରୋତ୍ସାହନ ଯୋଜନାରେ ଫୁଲବାଣୀ ବ୍ଲକର ତୁଡିପାଯୁ ଗ୍ରାମ ପଞ୍ଚାୟତର ବୁଢାଦାନି ଗାଁରେ ଚଳିତ ବର୍ଷ ଧାନ ବଦଳରେ ନିଜ ଜମିରେ ଚାଷ କରିଛନ୍ତି ସୂର୍ଯ୍ୟମୁଖୀ ଫୁଲ ।

ବନ ପାହାଡ ଘେରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା, କିନ୍ତୁ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି କନ୍ଧମାଳର ସୋରିଷ ଫୁଲ ଓ ସୂର୍ଯ୍ୟମୁଖୀ ଫୁଲର କ୍ଷେତ । ସରକାରଙ୍କ ଅଣଧାନ ପ୍ରୋତ୍ସାହନ ଯୋଜନାରେ ଫୁଲବାଣୀ ବ୍ଲକର ତୁଡିପାଯୁ ଗ୍ରାମ ପଞ୍ଚାୟତର ବୁଢାଦାନି ଗାଁରେ ଚଳିତ ବର୍ଷ ଧାନ ବଦଳରେ ନିଜ ଜମିରେ ଚାଷ କରିଛନ୍ତି ସୂର୍ଯ୍ୟମୁଖୀ ଫୁଲ । ସୂର୍ଯ୍ୟମୁଖୀରୁ ତେଲ ବାହାର କରି ନିଜେ ବର୍ଷ ତମାମ ବ୍ୟବହାର କରି ବଳକା ତେଲକୁ ବିକ୍ରି କରନ୍ତି ଓ ସୂର୍ଯ୍ୟମୁଖୀ ଫୁଲ ସହ ସୋରିଷ, ପନିପରିବା ଆଦି ଚାଷ କରି ବର୍ଷ ତମାମ ରୋଜଗାରକ୍ଷମ ହୋଇ ପାରୁଛନ୍ତି ଚାଷୀ । ବନ ପାହାଡ ଘେରା କନ୍ଧମାଳ ଜିଲ୍ଲାର ଚାଷୀ ମାନେ ସାଧାରଣତଃ ଚାଷ କାର୍ଯ୍ୟ ପାଇଁ ବର୍ଷା ଉପରେ ନିର୍ଭର କରି ଚଳନ୍ତି ।

ଏଠାକାର ଜମି ଉଚ୍ଚା ନିଚ୍ଚା ଥିବାରୁ ବର୍ଷା ପାଣି ଜମିରେ ନରହି ତଳିଆ ଜମିକୁ ଗଡିଯାଏ । ତେଣୁ ପ୍ରତି ବର୍ଷ ଚାଷୀ ଧାନ ଚାଷ କରି କ୍ଷତିରେ ପଡେ । ତେଣୁ କୃଷି ବିଭାଗ କନ୍ଧମାଳର ଚାଷୀ ମାନଙ୍କୁ ଅଣାଧାନ ଚାଷ ପାଇଁ ଉତ୍ସାହିତ କରି ସେହି ଜମି ଗୁଡିକରେ ଧାନ ପରିବର୍ତ୍ତେ ପନିପରିବା, ଅଦା, ସୋରିଷ ଏବଂ ସୂର୍ଯ୍ୟମୁଖୀ ଫୁଲ ଚାଷ ପାଇଁ ପ୍ରୋତ୍ସାହିତ କରିଛନ୍ତି । ଏହି କ୍ରମରେ ଫୁଲବାଣୀ ବ୍ଲକ ତୁଡିପାଯୁ ଗ୍ରାମରେ ଚଳିତ ବର୍ଷ ଚାଷୀ କୃଷି ବିଭାଗର ପରାମର୍ଶ କ୍ରମେ ଧାନ ବଦଳରେ ସୂର୍ଯ୍ୟମୁଖୀ ଚାଷ କରି ଖୁବ ସଫଳ ହୋଇଛନ୍ତି । ବର୍ଷା ଦିନ ଆରମ୍ଭରୁ ଜମିକୁ ଚାଷ କରି ହୁଡା କରାଯାଏ, ତାପରେ ୨ ଫୁଟ ଛାଡି ସୂର୍ଯ୍ୟମୁଖୀ ମଞ୍ଜି ଲଗାଯାଏ, ଗଛ ଟିକେ ବଡ ହେଲାପରେ କୋଡ ଖୋସା କରି ଘାସ ବାଛି ସେଥିରେ କିଛି ରାସାୟନିକ ଓ ଜୈବିକ ସାର ପ୍ରୟୋଗ କରାଯାଏ ।

ଏଥିରେ ସପ୍ତାହକୁ ଥରେ ପାଣି ଦିଆଯାଏ ଏବଂ ଡିସେମ୍ବର ମାସରୁ ଜାନୁଆରୀ ମାସ ମଧ୍ୟରେ ଫୁଲ ଆସେ, ଫେବୃଆରୀ ମାସରେ ଫୁଲ ଶୁଖିଗଲା ପରେ ସେଗୁଡିକୁ କାଟି ୩ ରୁ ୪ଦିନ ଖରାରେ ସୁଖାଯାଏ, ତାପରେ ତେଲ ପେଡିବାକୁ ମିଲକୁ ନିଆଯାଏ । ସୂର୍ଯ୍ୟମୁଖୀ ସାଙ୍ଗରେ ସେହି କ୍ଷେତରେ ବାଇଗଣ ଚାଷ ମଧ୍ୟ କରାଯାଏ । ଦୁଇ ଗଛର ବ୍ୟବଧାନ ମଝିରେ ବାଇଗଣ ଗଛ ଲଗାଯାଏ, ଫେବୃଆରୀ ମାସରେ ସୂର୍ଯ୍ୟମୁଖୀ ଫୁଲ ଅମଳ ପରେ ସେହି ଗଛକୁ କାଟି ଦିଆଯାଏ, ଯାହାଫଳରେ ବାଇଗଣ ସେମାନଙ୍କୁ ରୋଜଗାର ଅଣିଦେଇଥାଏ ।

ବାଇଗଣ ଛଡା ସୋରିଷ, ପିଆଜ ମଧ୍ୟ ଲଗାଯାଇଥାଏ । ସୂର୍ଯ୍ୟମୁଖୀ ଫୁଲର ଚଳିତ ବର୍ଷ ଭଲ ଫସଲ ହୋଇଥିବାରୁ ଅନ୍ୟ ଚାଷୀ ମାନେ ମଧ୍ୟ ଏହି ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସୂର୍ଯ୍ୟ ମୁଖୀ ତେଲ ପେଡେଇବାକୁ ପାଖରେ କୌଣସି ମିଲ ନଥିବାରୁ ୪୦ କିଲୋମିଟର ଯିବାକୁ ପଡେ ତେଣୁ ଫସଲ ଭଲ ହେଉଥିଲେ ମଧ୍ୟ ଚାଷୀ ସୂର୍ଯ୍ୟମୁଖୀ ଚାଷ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି ଯଦି କୃଷି ବିଭାଗ ପକ୍ଷରୁ କିମ୍ବା ସରକାରଙ୍କ ପକ୍ଷରୁ ପାଖରେ ଏକ ତେଲ ପେଡା ମିଲ ବସାଇଥାନ୍ତେ ତାହେଲେ ଆହୁରି ଅଧିକରୁ ଅଧିକ ଚାଷ ହୋଇପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.