Below header

ବାଲିଗୁଡା: ଟପ ମାଓ ନେତା ଦଶରୁର ଏନକାଉଣ୍ଟର ପରେ ମାଓ ପୋଷ୍ଟର ଜାରି

ଟପ ମାଓ ନେତା ଦଶରୁର ଏନକାଉଣ୍ଟର ପରେ ମାଓ ପୋଷ୍ଟର ଜାରି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ରାରୁ କାମ୍ବେରିକିଆ ରାସ୍ତା ଓ ଗଟାଙ୍ଗୀ ରାସ୍ତାରେ ଦେଖାଯାଇଛି ଏକାଧିକ ମାଓ ପୋଷ୍ଟର । ମାଓ ନେତା ଦଶରୁ ଜୀବିତ ଥିବା ଓ ତାକୁ ପୋଲିସ କଣ୍ଟ୍ରୋଲ ରୁମରେ ରଖି ନିର୍ଯାତନା ଦିଆଯାଉଥିବା ପୋଷ୍ଟରରେ ଉଲ୍ଲେଖ କରିଛି ସିପିଆଇ ମାଓବାଦୀ ସଂଗଠନର କେକେବିଏନ ଡିଭିଜନାଲ କମିଟି ।

ବାଲିଗୁଡା (କେନ୍ୟୁଜ): ଟପ ମାଓ ନେତା ଦଶରୁର ଏନକାଉଣ୍ଟର ପରେ ମାଓ ପୋଷ୍ଟର ଜାରି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ରାରୁ କାମ୍ବେରିକିଆ ରାସ୍ତା ଓ ଗଟାଙ୍ଗୀ ରାସ୍ତାରେ ଦେଖାଯାଇଛି ଏକାଧିକ ମାଓ ପୋଷ୍ଟର । ମାଓ ନେତା ଦଶରୁ ଜୀବିତ ଥିବା ଓ ତାକୁ ପୋଲିସ କଣ୍ଟ୍ରୋଲ ରୁମରେ ରଖି ନିର୍ଯାତନା ଦିଆଯାଉଥିବା ପୋଷ୍ଟରରେ ଉଲ୍ଲେଖ କରିଛି ସିପିଆଇ ମାଓବାଦୀ ସଂଗଠନର କେକେବିଏନ ଡିଭିଜନାଲ କମିଟି । ପୋଲିସ ଜେରା ବନ୍ଦ କରି ଆଇନକୁ ମାନ୍ୟତା ଦେଇ ଯଥାଶୀଘ୍ର କୋର୍ଟରେ ଦଶରୁଙ୍କୁ ହାଜର କରିବାକୁ ଦାବି କରିଛି କେକେବିଏନ ଡିଭିଜନାଲ କମିଟି ।

ଏହା ସହ ପୋଲିସ କମ୍ବିଂ ଅପେରସନ ରେ ପାର୍ଟି କ୍ୟାଡରକୁ ଗିରଫ କରିବା, ନିର୍ଦୋଷ ଗ୍ରାମବାସୀ ଙ୍କୁ ଧରି ନିର୍ଯାତନା ଦେବା ଓ ମହିଳାଙ୍କ ଉପରେ ବଳତ୍କାର କରିବା ବନ୍ଦ କରିବାକୁ ପୋଷ୍ଟର ଜରିଆରେ ଦାବି ରଖିଛି ଲାଲବାହିନୀ । ମାଓବାଦୀ କ୍ୟାଡରଙ୍କୁ ଗିରଫ କରି ଜୋର ଜବରଦସ୍ତ ସରେଣ୍ଡରକୁ ପୋଲିସ ବନ୍ଦ କରିବାକୁ ଚେତାବନୀ ଦେଇଛି । ଫେବୃଆରୀ ୩ ତାରିଖରେ ବାଲିଗୁଡା ଥାନା କକେରକୁପା ଜଙ୍ଗଲରୁ ଏକ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରି ମାଓ ନେତା ଦଶରୁ ନିହତ ହୋଇଥିବା କନ୍ଧମାଳ ପୋଲିସ ସୂଚନା ଦେଇଥିଲା । ତେବେ ମାଓବାଦୀ ପୋଷ୍ଟର ଜରିଆରେ ପୋଲିସ କଣ୍ଟ୍ରୋଲ ରୁମରେ ଦଶରୁକୁ ରଖି ନିର୍ଯାତନା ଦିଆଯାଉଥିବା ଲାଲବାହିନୀ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.