ଭାଙ୍ଗିଲା ୧୧ ବର୍ଷର ସମ୍ପର୍କ, ଈଶା ଦେଓ୍ଵଲ ସ୍ୱାମୀ ଭରତଙ୍କ ଠାରୁ ନେବେ ଛାଡପତ୍ର

ଈଶା ଦେଓ୍ଵଲ ସ୍ୱାମୀ ଭରତଙ୍କ ଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି । ଦୀର୍ଘଦିନରୁ ହେଉଥିବା ଚର୍ଚ୍ଚାରେ ଶେଷରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ତେବେ ଦୁହିଁଙ୍କ ସହମତିରେ ବିବାହ ବିଚ୍ଛେଦ ହେଉଛି ।

ବଲିଉଡ ଅଭିନେତ୍ରୀ ଈଶା ଦେଓ୍ଵଲ ସ୍ୱାମୀ ଭରତଙ୍କ ଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି । ଦୀର୍ଘଦିନରୁ ହେଉଥିବା ଚର୍ଚ୍ଚାରେ ଶେଷରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଏ ନେଇ ଖୋଦ୍ ଉଭୟ ଏକ ବୟାନ ଜାରି କରି ଘୋଷଣା କରିଛନ୍ତି । ତେବେ ଦୁହିଁଙ୍କ ସହମତିରେ ବିବାହ ବିଚ୍ଛେଦ ହେଉଛି ।

ଦୁହେଁ ଜାରି ହୋଇଥିବା ବୟାନରେ ଈଶା ଓ ଭରତ କହିଛନ୍ତି, ‘ଆମେ ପାରସ୍ପରିକ ସହମତି ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମ ଜୀବନର ଏହି ପରବର୍ତ୍ତନ ଯୋଗୁ ଆମର ଦୁଇ ପିଲାଙ୍କ ହିତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନେ ଆମର ସବୁବେଳେ ପ୍ରାଥମିକତା ରହିବେ । ଆମର ଗୋପନୀୟତାକୁ ସମ୍ମାନ ଦିଆଯିବ ବୋଲି ଆଶା କରୁଛୁ ।

ସୂଚନାଯୋଗ୍ୟ, ଜାନୁଆରୀ ୨୦୨୪ରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବାକୁ ନେଇ ଚର୍ଚ୍ଚା ଚାଲିଥିଲା । ୧୧ ବର୍ଷ ପୂର୍ବେ ଈଶା ଦେଓଲ ବିଜନେସମ୍ୟାନ୍ ଭରତଙ୍କ ବିବାହ ହୋଇଥିଲା । ମୁମ୍ବାଇର ଇସ୍କନ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ଭରତଙ୍କ ହାତ ଧରିଥିଲେ ଈଶା । ବିବାହର ପାଞ୍ଚ ବର୍ଷ ପରେ ଈଶା ଝିଅ ରାଧ୍ୟାଙ୍କୁ ଜନ୍ମ ଦେଇଥିଲେ । ଏହାପରେ ୨୦୧୯ରେ ସାନ ଝିଅ ମିରାୟାଙ୍କ ମା’ ହୋଇଥିଲେ ଈଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.