ଫର୍ମକୁ ଆସିଲେ ଭାଇଜାନ୍, ଫିଜିକାଲ ଟ୍ରାନ୍ସଫରମେସନ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ
ସୋସିଆଲ ମିଡିଆରେ ସେୟାର ହୋଇଥିବା ସଲମାନ ଖାନଙ୍କ କିଛି ନୂଆ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋଗୁଡ଼ିକରେ ସଲମାନ ତାଙ୍କ ମୁମ୍ବାଇ ରେସିଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟରେ ଜଣେ ଫ୍ୟାନ୍ଙ୍କ ସହ ଫଟୋ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଫଟୋଗୁଡ଼ିକରେ ସଲମାନ ଖାନଙ୍କ ଜବରଦସ୍ତ ଫିଜିକାଲ ଟ୍ରାନ୍ସଫରମେସନ୍ ଦେଖିବାକୁ ମିଳିଛି । ଯାହା ତାଙ୍କ ଆଡକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ବଲିଉଡର ଭାଇଜାନ କହିଲେ କିଏ ବା ନଜାଣେ, ତେବେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ କାମ କୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ସଲମାନ ଖାନଙ୍କ କ୍ରେଜ ତାଙ୍କ ଫ୍ୟାନ୍ସଙ୍କ ଭିତରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସଲମାନ ଖାନ୍ଙ୍କ ଫିଜିକାଲ ଟ୍ରାନ୍ସଫରମେସନ୍ କଥା ସବୁ ଆଡେ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ସେୟାର ହୋଇଥିବା ସଲମାନ ଖାନଙ୍କ କିଛି ନୂଆ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋଗୁଡ଼ିକରେ ସଲମାନ ତାଙ୍କ ମୁମ୍ବାଇ ରେସିଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟରେ ଜଣେ ଫ୍ୟାନ୍ଙ୍କ ସହ ଫଟୋ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଫଟୋଗୁଡ଼ିକରେ ସଲମାନ ଖାନଙ୍କ ଜବରଦସ୍ତ ଫିଜିକାଲ ଟ୍ରାନ୍ସଫରମେସନ୍ ଦେଖିବାକୁ ମିଳିଛି । ଯାହା ତାଙ୍କ ଆଡକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।
ସୋସିଆଲ ମିଡିଆ ଆକାଉଣ୍ଟ X, Ifty khanରେ ଫଟୋ ସେୟାର କରିବାବେଳେ କ୍ୟାପସନ୍ ଲେଖାଯାଇଛି, ‘ବହୁତ ଫିଟ୍ ଦେଖାଯାଉଛି’ । ଏହା ସହ ଏପରି ମଧ୍ୟ ଲେଖା ଯାଇଛି ଯେ ମେଗାଷ୍ଟାର ସଲମାନ ଖାନ । ତେବେ ଗୋଟିଏ ଫଟୋରେ ତାଙ୍କ ପିତା ତଥା ଭେଟେରାନ ଲେଖକ ସଲିମ ଖାନ ମଧ୍ୟ ସଲମାନଙ୍କ ସହ ନଜର ଆସିଛନ୍ତି । ସଲମାନ କଳା ରଙ୍ଗର ପୋଷାକ ଏବଂ ଡେନିମ୍ ଜିନ୍ସରେ ବହୁତ ଫିଟ୍ ଦେଖାଯାଉଛନ୍ତି, ଏବଂ ଏହା ସହ ସେ ମଧ୍ୟ ତାଙ୍କ ମୁଣ୍ଡରେ ଗ୍ରେ କଲରା କ୍ୟାପ୍ ପିନ୍ଧିଛନ୍ତି, ଯାହା ତାଙ୍କର କୁଲ୍ ଲୁକ୍କୁ କମ୍ପଲିଟ୍ କରିଛି । ତେବେ ସଲମାନ ଖାନ୍ଙ୍କ ଏହି ଫିଜିକାଲ ଟ୍ରାନ୍ସଫରମେସନ୍ ଦେଖି ତାଙ୍କ ସମସ୍ତ ଫ୍ୟାନ୍ସ ଆଶ୍ଚଯ୍ୟ ହୋଇଛନ୍ତି । ଏହି ପୋଷ୍ଟରେ କମେଣ୍ଟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, ଭାଇ ସବୁ ବେଳେ ଫିଟ୍ ଏବଂ ଫାଇନ୍ ରହିଥାନ୍ତି । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ଏଥିପାଇଁ ଲୋକମାନେ ଆପଣଙ୍କ ଫିଟନେସ୍ ପାଇଁ ପାଗଳ । ଭାଇଜାନଙ୍କ ଫ୍ୟାନ୍ସ ଏହି ପରି ଅନେକ କଥା କମେଣ୍ଟରେ ଲେଖିଛନ୍ତି ।
ସୂଚନା ଅନୁଯାୟୀ, ସଲମାନ ଖାନ ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନଙ୍କ ଅପ୍କମିଂ ଫିଲ ‘ଦ ବୁଲ୍’ ରେ ନଜର ଆସିପାରନ୍ତି । ତେବେ ଏହା ପୂର୍ବରୁ ତାଙ୍କୁ କ୍ୟାଟ୍ରିନା କୈଫଙ୍କ ସହ ‘ଟାଇଗର ୩’ ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ୪୦୦ କୋଟିରୁ ଅଧିକ ଇନ୍କମ୍ କରିଥିଲା ଏବଂ ୨୦୨୩ର ସବୁଠାରୁ ସଫଳ ଫିଲ୍ମ ମଧ୍ୟରେ ସାମିଲ ଥିଲା । ଏବେ ଦେଖିବାରେ ଅଛି ଯେ ସଲମାନଙ୍କ ଏହି ଅପ୍କମିଂ ଫିଲ୍ମଟି ଫ୍ୟାନ୍ସଙ୍କ ଉପରେ କିପରି ଭାବେ ପ୍ରଭାବ ପକାଉଛି ।
Looking so fit Megastar #SalmanKhan today pic.twitter.com/96TLcdAkOF
— Ifty khan (@Iftykhan15) February 4, 2024