ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ପୂର୍ବରୁ ବଦଳିଯିବ ରାଜକୋଟ ଷ୍ଟାଡିୟମରେ ନାମ, ମିଳିବ ନୂଆ ପରିଚୟ

ତୃତୀୟ ଟେଷ୍ଟ ମ୍ୟାଚ୍‌ ୧୫ ଫେବୃଆରୀକୁ ରାଜକୋଟରେ ଖେଳାଯିବ । ହେଲେ ତୃତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ରାଜକୋଟ ଷ୍ଟାଡିୟମର ନାଁ ପରିବର୍ତ୍ତନ ହେବ । ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ରାଜକୋଟର ନୂଆ ନାମ ଷ୍ଟାଡିୟମରେ ଖେଳାଯିବ ।

ହାଇଦ୍ରାବାଦରେ ଇଂଲଣ୍ଡ ଏବଂ ବିଶାଖାପାଟଣାରେ ଭାରତ ଜିତିବା ପରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଆଉ ୩ଟି ମ୍ୟାଚ ବାକି ରହିଛି । ତୃତୀୟ ଟେଷ୍ଟ ମ୍ୟାଚ୍‌ ୧୫ ଫେବୃଆରୀରକୁ ରାଜକୋଟରେ ଖେଳାଯିବ । ହେଲେ ତୃତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ରାଜକୋଟ ଷ୍ଟାଡିୟମର ନାଁ ପରିବର୍ତ୍ତନ ହେବ । ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ରାଜକୋଟର ନୂଆ ନାମ ଷ୍ଟାଡିୟମରେ ଖେଳାଯିବ ।

ରାଜକୋଟ କ୍ରିକେଟ ଷ୍ଟାଡିୟମର କୌଣସି ନାମ ନାହିଁ । ଏହା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ନାମରେ ଜଣାଶୁଣା । ହେଲେ ଏବେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ନୂଆ ନାମ ମିଳିବ ।

ଖବର ମୁତାବକ, ଏହି କ୍ରିକେଟ ଷ୍ଟାଡିୟମର ନାମ ଜଣାଶୁଣା କ୍ରିକେଟ ଆଡମିନିଷ୍ଟ୍ରେଟର ନିରଞ୍ଜନ ଶାହଙ୍କ ନାମରେ ନାମିତ କରାଯିବାର ରହିଛି । ଷ୍ଟାଡିୟମର ନାମକରଣ ମ୍ୟାଚର ଗୋଟେ ଦିନ ପୂର୍ବରୁ ହୋଇପାରେ । ନିରଞ୍ଜନ ଶାହ ପୂର୍ବତନ କ୍ରିକେଟର। ସେ ୧୯୬୫ରୁ ୧୯୭୫ ଯାଏଁ ସୌରାଷ୍ଟ୍ର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ନିରଞ୍‌ଜନ ଶା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ସେକ୍ରେଟାରୀ ରହିଥିଲେ ।

ରାଜକୋଟରେ ଭାରତୀୟ ଟିମ୍‌ ଏପର୍ଯ୍ୟନ୍ତ ୨ଟି ଟେଷ୍ଟ ମ୍ୟାଚ ଖେଳିଛି । ଏଥିରୁ ଗୋଟିଏ ଜିତିଥିବା ବେଳେ ଗୋଟିଏ ଡ୍ର ରହିଛି । ଭାରତ ଇଂଲଣ୍ଡ ବିପକ୍ଷରେ ୨୦୧୬ରେ ମ୍ୟାଚ୍‌ ଖେଳିଥିଲା । ଅର୍ଥାତ୍‌ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ରାଜକୋଟରେ ଦ୍ୱିତୀୟ ମ୍ୟାଚ ୧୫ ଫେବୃଆରୀରେ ଖେଳାଯିବ । ରାଜକୋଟରେ ଭାରତ ୨୦୧୮ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଖେଳି ଜିତିଥିଲା ।

୫ଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ହୋଇଥିଲା । ଏଥିରେ ଇଂଲଣ୍ଡ ଜିତିଥିଲା । ସେହିପରି ଦ୍ୱିତୀୟ ଟେଷ୍ଟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଇଥିଲା । ଏହାକୁ ଭାରତ ଜିତିସାରିଛି । ତୃତୀୟ ଟେଷ୍ଟ ରାଜକୋଟ, ଚତୁର୍ଥ ରାଞ୍ଚି ଏବଂ ଶେଷ ମ୍ୟାଚ ଧର୍ମଶାଳାରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.