ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ହରକ ସିଂ ରାଓ୍ଵତଙ୍କ ଘରେ ଚଢଉ, ୧୨ ଟି ସ୍ଥାନରେ ଇଡିର ଆକ୍ସନ
କଂଗ୍ରେସ ନେତା ହରକ ସିଂ ରାଓ୍ଵତ ଏବଂ ଅନ୍ୟ କେତେକ ନେତାଙ୍କ ଠିକଣାରେ ଇଡିର ଚଢଉ । ମନି ଲଣ୍ଡ୍ରିଂ ମାମଲାରେ ରେଡ ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ ଏନସିଆରରେ ୧୨ରୁ ଅଧିକ ସ୍ଥାନରେ ହେଉଛି । ଏହି ମାମଲାରେ ଇଡି ଦିଲ୍ଲୀ, ଚଣ୍ଡୀଗଡ, ଉତ୍ତରାଖଣ୍ଡରେ ଚଢଉ ଜାରି ରଖିଛି ।

ଉତ୍ତରାଖଣ୍ଡର ପୂର୍ବ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ହରକ ସିଂ ରାଓ୍ଵତ ଏବଂ ଅନ୍ୟ କେତେକ ନେତାଙ୍କ ଠିକଣାରେ ଇଡିର ଚଢଉ । ମନି ଲଣ୍ଡ୍ରିଂ ମାମଲାରେ ରେଡ ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ ଏନସିଆରରେ ୧୨ରୁ ଅଧିକ ସ୍ଥାନରେ ହେଉଛି । ଏହି ମାମଲାରେ ଇଡି ଦିଲ୍ଲୀ, ଚଣ୍ଡୀଗଡ, ଉତ୍ତରାଖଣ୍ଡରେ ଚଢଉ ଜାରି ରଖିଛି । କେବଳ ହରକଙ୍କ ୧୨ରୁ ଅଧିକ ସ୍ଥାନର ଚଢଉ ଜାରି ରହିଛି ।
ଇଡି ଟିମ୍ ଡେରାଡୁନର ଡିଫେନ୍ସ କଲୋନୀ ସ୍ଥିତି ତାଙ୍କ ବାସଭବନରେ ପହଞ୍ଚି ଚଢଉ କରିଛି । ଏହାସହିତ ମନ୍ତ୍ରୀଙ୍କ ସଂପର୍କୀୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏହାପୂର୍ବରୁ ୨୦୨୩ ଅଗଷ୍ଟରେ ଭିଜିଲାନ୍ସ ଟିମ ହରକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
#WATCH | ED raids underway at the residence of former Uttarakhand minister Harak Singh Rawat in Dehradun. pic.twitter.com/93iMen6rfb
— ANI (@ANI) February 7, 2024
ହରକ ସିଂ ରାଓ୍ଵତକୁ ବିଜେପି ଅନୁଶାସନହୀନତା ଯୋଗୁଁ ପାର୍ଟିରୁ ବହିଷ୍କୃତ କରିଥିଲା । ଏହାପରେ କ୍ୟାବିନେଟ ମନ୍ତ୍ରୀ ପଦରୁ ବହିଷ୍ୃତ ହୋଇଥିଲେ । ଏହାପରେ ସେ ୨୦୨୨ରେ କଂଗ୍ରେସରେ ଯୋଗ ଦେଇଥିଲେ ।