Below header

କୋକାକୋଲା କମ୍ପାନୀର ଫ୍ରାଞ୍ଚାଇଜ୍‌ ଦେବାକୁ କହି ୧୭ ଲକ୍ଷ ଚଳୁ, ଠକ ବିଶ୍ୱନାଥକୁ ଗିରଫ କଲା ନାୟପଲ୍ଲୀ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): କୋକାକୋଲା କମ୍ପାନୀର ଫ୍ରାଞ୍ଚାଇଜ୍‌ ଦେବାକୁ କହି ୧୭ ଲକ୍ଷ ଟଙ୍କା ଠକେଇ । ଢେଙ୍କାନାଳ ଅଞ୍ଚଳର ବିଶ୍ୱନାଥ ନାୟକକୁ ଗିରଫ କଲା ନାୟପଲ୍ଲୀ ପୋଲିସ । ଏକାଧିକ ଲୋକଙ୍କୁ ଠକିଛି ବିଶ୍ୱନାଥ । ସୌମ୍ୟ ରଞ୍ଜନ ଖଣ୍ଡେଇ ନାମକ ଜଣେ ଯୁବକଙ୍କ ଅଭିଯୋଗ ଆଧାରରେ ବିଶ୍ୱନାଥକୁ ଗିରଫ କରାଯାଇଛି ।

biswanath

ବିଶ୍ୱନାଥ, ସୌମ୍ୟ ଓ ଅନ୍ୟ ୪ ଜଣକ ସହ ନୟାପଲ୍ଲୀରେ ୨ ବର୍ଷ ଧରି ରହୁଥିଲା । ସେ ନିଜକୁ ଅଶୋକ ଦାସ ବୋଲି ପରିଚୟ ଦେଇ କୋକାକୋଲା କମ୍ପାନୀରେ କାମ କରୁଥିବା କହିଥିଲା । ସେମାନଙ୍କୁ ଫ୍ରାଞ୍ଚାଇଜ୍‌ ଦେବ ବୋଲି କହି ୧୭ଲକ୍ଷ ଠକିଥିଲା । ଡିସେମ୍ବର ୨୦୨୦ରୁ ଫେରାର ଥିଲା ବିଶ୍ୱନାଥ । ତେବେ ବିଶ୍ୱନାଥକୁ ଗିରଫ କରାଯାଇଥିବା ନେଇ ନୟାପଲି ଥାନାଅଧିକାରୀ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.