Below header

୨୦୨୨ରେ ଦମ୍‌ଦାର କମ୍‌ବ୍ୟାକ୍‌ କରୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଏସବୁ ଫିଲ୍ମରେ ଆସିବେ ନଜର

ପାନାମା ପେପର ଲିକ୍‌ ମାମଲାରେ ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରର ସମସ୍ୟା ବଢ଼ୁଥିବା ନଜର ଆସିଛି। ଏହି ମାମଲାରେ ଅମିତାଭଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ପଚରାଉଚରା ପାଇଁ ସମନ ପଠାଇଛି। ସୋମବାର ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପାନାମା ପେପର୍ସ ମାମଲାରେ ଇଡିରେ ହାଜର ହୋଇଛନ୍ତି। ପାଖାପାଖି ୫ ଘଣ୍ଟା ଧରି ଇଡି ତାଙ୍କୁ ପଚରାଉଚରା କରିଛି। ଏହି କାରଣରୁ ଏବେ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଭଳି ସ୍ଥିତିରେ ଆସନ୍ତୁ ଜାଣିବା ୨୦୨୨ରେ ଐଶ୍ୱର୍ଯ୍ୟା ରାୟଙ୍କ ପାଖରେ କି କି ପ୍ରୋଜେକ୍ଟ ରହିଛି…

ଐଶ୍ୱର୍ଯ୍ୟା ରାୟଙ୍କ ହାତରେ ଡାଇରେକ୍ଟର ମଣିରତ୍ନମ୍‌ଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭନ୍‌’ ରହିଛି। ଏହା ପିଏସ୍‌- ୧ ନାଁରେ ରିଲିଜ୍‌ ହେବ। ଏହି ଫିଲ୍ମ ଜରିଆରେ ଐଶ୍ୱର୍ଯ୍ୟା ପୁଣିଥରେ କମ୍‌ବ୍ୟାକ୍‌ କରୁଛନ୍ତି। ସେପ୍ଟେମ୍ବରରେ ଏହି ଫିଲ୍ମର ସୁଟିଂ ଶେଷ ହୋଇଛି।

ସେହିପରି ଆସନ୍ତାବର୍ଷ ଐଶ୍ୱର୍ଯ୍ୟାଙ୍କୁ ‘ଓ୍ଵ କୌନ୍‌ ଥୀ’ ରିମେକ୍‌ରେ ବି ଦେଖିବାକୁ ମିଳିବ। ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ବିପକ୍ଷରେ ନାୟକ ହେବେ ଶାହିଦ କପୁର।

ଏଥିସହ ଐଶ୍ୱର୍ଯ୍ୟାଙ୍କୁ ୧୯୬୭ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ରାତ୍‌ ଔର ଦିନ୍‌’ର ରିମେକ୍‌ରେ ମଧ୍ୟ ଦର୍ଶକେ ଦେଖିବାକୁ ପାଇବେ। ସେତେବେଳେ ଏହି ଫିଲ୍ମ ପାଇଁ ନର୍ଗିସ ଦତ୍ତଙ୍କୁ ଜାତୀୟ ପୁରସ୍କାର ମିଳିଥିଲା।

୨୦୨୨ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୁଜୋୟ ଘୋଷଙ୍କ ଆଗାମୀ ଫିଲ୍ମରେ ମଧ୍ୟ ନଜର ଆସିପାରନ୍ତି। ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ସହ ସୈଫ୍‌ ଅଲ୍ଲୀ ଖାନ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କେବଳ ସେତିକି ନୁହେଁ, ନବାଜୁଦ୍ଦିନ ସିଦ୍ଦିକି ମଧ୍ୟ ଏହି ଫିଲ୍ମରେ ପ୍ରମୁଖ ଭୂମିକା ତୁଲାଇବେ।


ଆସନ୍ତାବର୍ଷ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ମଧ୍ୟ ସ୍କ୍ରିନ୍‌ ସେୟାର କରିପାରନ୍ତି। ସେ ଅଭିଷେକଙ୍କ ସହ ଗୁଲାବ ଜାମୁନ୍‌ରେ ନଜର ଆସିପାରନ୍ତି। ଏହି ଫିଲ୍ମର ଘୋଷଣା ୨୦୧୯ରେ ହୋଇଥିଲା। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଅନୁରାଗ କଶ୍ୟପ। ରିପୋର୍ଟ ମୁତାବକ, ଗୁଲାବ ଜାମୁନ ୨୦୨୨ରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.