କଟକ ଚୌଦ୍ୱାର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ, ୫ଗିରଫ

କଟକ(କେନ୍ଯୁଜ୍): ଜୁଆ ଆଡ୍ଡା ଉପରେ ଚଢାଉ। କଟକ ଜିଲ୍ଲା କମିଶନ୍‌ରେଟ୍‌ ପୋଲିସ ଚୌଦ୍ୱାର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ ହୋଇଛି। ୫ଜଣ ଗିରଫ ହୋଇଥିବା ବେଳେ ଗୋଟିଏ କାର୍‌, ଦୁଇଟି ବାଇକ୍‌ ସହ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ତା ସହ ୮ଟି କୁକୁଡ଼ା ଜବତ କରାଯାଇଛି।

ଚୌଦ୍ୱାର ଥାନା ମହିଷାଲଣ୍ଡା -ଦୁଧିଆନାଳି ମଧ୍ୟ ଭାଗରେ ଥିବା ଜଙ୍ଗଲ ଭିତରେ ଏକ ଫାର୍ମ ହାଉସ୍‌ ଭିତରେ ଅଭିନବ ଉପାୟରେ କୁକୁଡାକୁ ଲଢେଇ କରି ଜୁଆ ଖେଳାଯାଉଥିଲା। ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଘଟଣାସ୍ଥଳରୁ ଆଉ ୧୦ରୁ ଅଧିକ ବ୍ୟକ୍ତି ଦୌଡି ପଳାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.