ବିଫଳ ଚୋରର ଉନ୍ମତ୍ତ କାଣ୍ଡ, ଚୋରି କରିବାକୁ ଆସିଥିବାବେଳେ ମାଲିକ ଉଠିପଡିବାରୁ ଘରେ ଲଗାଇଦେଲା ନିଆଁ

ବଲାଙ୍ଗିର(କେନ୍ଯୁଜ୍): ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲା ଚୋର। ବଲାଙ୍ଗିର ତୁଳସୀ ନଗରରେ ଘଟିଛି ଏହି ଅଘଟଣ। ଗତକାଲି ରାତିରେ ତୁଳସୀନଗରର କେଶରୀ ପ୍ରଧାନଙ୍କ ଘରକୁ ଚୋର ଚୋରି କରିବା ପାଇଁ ପଶିଥିଲା।

ଏହି ସମୟରେ ମାଲିକ ଉଠିପଡିବାରୁ ଚୋର ଘରେ ନିଆଁ ଲଗାଇଦେଇଥିଲା। ତେବେ ଅଭିଯୁକ୍ତକୁ ସ୍ଥାନୀୟଲୋକେ କାବୁ କରି ପୋଲିସ ଜିମା ଦେଇଥିଲେ। ଖବର ପାଇ ବଲାଙ୍ଗିର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ବଲାଙ୍ଗିର ଟାଉନ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.