Below header

ପଞ୍ଚଭୂତରେ ବିଲୀନ ହେଲେ ତିଗିରିଆ ରାଣୀ ରାସମଞ୍ଜରୀ ଦେବୀ

ପଞ୍ଚଭୂତରେ ବିଲୀନ ହେଲେ ତିଗିରିଆ ରାଣୀ ରାସମଞ୍ଜରୀ ଦେବୀ । ନିଜିଗଡ଼ ଗାଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ସାନ ପୁଅ କୁମାର ବିଜୟ ପ୍ରତାପ ସିଂହ ଦେଓ ମୁଖାଗ୍ନି ଦେଇଛନ୍ତି। ତୋପ ସଲାମୀ ଦିଆଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ଶେଷ ହୋଇଛି। ପାର୍ଥିବ ଶରୀର ତିଗିରିଆ ବଜାର ପରିକ୍ରମା କରିବା ପରେ ଗାଁ ଶ୍ମଶାନକୁ ନିଆଯାଇଥିଲା। ରାଣୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଗତକାଲି ୯୬ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଆଠଗଡ଼ (କେନ୍ୟୁଜ):  ପଞ୍ଚଭୂତରେ ବିଲୀନ ହେଲେ ତିଗିରିଆ ରାଣୀ ରାସମଞ୍ଜରୀ ଦେବୀ । ନିଜିଗଡ଼ ଗାଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ସାନ ପୁଅ କୁମାର ବିଜୟ ପ୍ରତାପ ସିଂହ ଦେଓ ମୁଖାଗ୍ନି ଦେଇଛନ୍ତି। ତୋପ ସଲାମୀ ଦିଆଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ଶେଷ ହୋଇଛି। ପାର୍ଥିବ ଶରୀର ତିଗିରିଆ ବଜାର ପରିକ୍ରମା କରିବା ପରେ ଗାଁ ଶ୍ମଶାନକୁ ନିଆଯାଇଥିଲା। ରାଣୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଗତକାଲି ୯୬ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଆଠଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀ । ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଆଠଗଡ଼ ବିଧାୟିକା ଥିଲେ । ଜନତା ଦଳରୁ ଆଠଗଡ଼ରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୨ରୁ ୨୦୦୭ ଯାଏ କଟକ ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଥିଲେ । ୧୯୨୭ ମସିହାରେ ସୋନପୁର ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରାଣୀ । ତିଗିରିଆ ଗଡ଼ଜାତର ଶେଷ ସ୍ୱାଧୀନ ରାଜା ସ୍ୱର୍ଗତ ରାଜା ଶ୍ରୀ ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ରଙ୍କ ଧର୍ମପତ୍ନୀ ରାଣୀ ରାସମଞ୍ଜରୀ । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥରେ ଚିକିତ୍ସାଧୀନ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.