Below header

ବନ୍ଦ ଘରେ ଦୁଇ ଶ୍ରମିକଙ୍କ ମୃତଦେହ ଠାବ, ତଦନ୍ତ ଅ।ରମ୍ଭ କରିଛି ପୁଲିସ

ସୁନ୍ଦରଗଡ଼ଟାଉନଥାନା ସେପତିବାହାଲ ରାସ୍ତା ପାଖ ଏକ ବନ୍ଦ ଘରୁ ୨ ଶ୍ରମିକଙ୍କ ମୃତଦେହ ଠାବ ହୋଇଛି। ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇବା ଅନୁମାନ କରାଯାଉଛି । ସେମାନେ ଘରୁ ବାହାରି ନପାରି ନିଆଁରେ ପୋଡି ପ୍ରାଣ ହରାଇଥିବା ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ସୁନ୍ଦରଗଡ଼(କେନ୍ୟୁଜ):  ସୁନ୍ଦରଗଡ଼ଟାଉନଥାନା ସେପତିବାହାଲ ରାସ୍ତା ପାଖ ଏକ ବନ୍ଦ ଘରୁ ୨ ଶ୍ରମିକଙ୍କ ମୃତଦେହ ଠାବ ହୋଇଛି। ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇବା ଅନୁମାନ କରାଯାଉଛି । ସେମାନେ ଘରୁ ବାହାରି ନପାରି ନିଆଁରେ ପୋଡି ପ୍ରାଣ ହରାଇଥିବା ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଶ୍ରମିକ ନିକଟସ୍ଥ ବାଉରିମୁଣ୍ଡାର ମିଠୁ ଓରାମ ଓ ଦିଲୀପ ସା। ସେମାନେ ଆସି ଏଠାରେ ଠିକାଦାର ବିକାଶ ରାଓଙ୍କ ପାଖରେ ବିଭିନ୍ନ ନିର୍ମାଣ କାର୍ଯ୍ଯରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ କେଉଁସ୍ଥିତିରେ ସେଠାରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଅ।ରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.