Below header

୪ ଦିନ ରିମାଣ୍ଡରେ ଟିଟୋ : କେନ୍ଦ୍ରାପଡ଼ା ଜେଲ୍‌ରୁ ଭୁବନେଶ୍ୱର ଆସିଲା ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର : ଆଜିଠୁ ପୁଣି ୪ ଦିନ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଟିଟୋ । କେନ୍ଦ୍ରାପଡ଼ା ଜେଲ୍‌ରୁ ଟିଟୋକୁ ଭୁବନେଶ୍ୱର ଅଣାଯାଇଛି । ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିଟୋକୁ ତା’ ଆର୍ଥିକ ଓ ବ୍ୟାବସାୟିକ କାରବାର ଏବଂ ଦାଦାବଟି ଆଦାୟ ସଂପର୍କରେ ପଚରାଉଚରା କରାଯିବା ସହିତ ମାମଲାର ଖୋଳତାଡ଼ କରିବ । ରାଜନଗର ଠିକାଦାର ପ୍ରେମାନନ୍ଦ ଲେଙ୍କାଙ୍କ ଠାରୁ ଟିଟୋ ଓ ତା’ର ସହଯୋଗୀ ୭୦ ଲକ୍ଷ ଟଙ୍କାର ଦାଦାବଟି ନେବା ସହ ୭ କୋଟି ଟଙ୍କାର ଟେଣ୍ଡର ପାଇଥିଲେ । ଏ ନେଇ ଅଭିଯୋଗ ପରେ ଏସଟିଏଫ ମାମଲା ରୁଜୁ କରି ତନାଘନା କରି ଟିଟୋର ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି । ପୂର୍ବରୁ ଟିଟୋକୁ ବିିଭିନ୍ନ ପର୍ୟ୍ୟାୟରେ ଏସ୍‌ଟିଏଫ୍‌ ରିମାଣ୍ଡରେ ନେଇଥିଲା । ଟିଟୋ ଓ ତା’ର ୧୨ରୁ ଅଧିକ ସହଯୋଗୀ ଏବେ ଜେଲରେ ଅଛନ୍ତି । ଗ୍ୟାଙ୍ଗଷ୍ଟର ଟିଟୋର କଳା ସାମ୍ରାଜ୍ୟ ନେଇ ନୂଆନୂଆ ତଥ୍ୟ ସାମ୍‌ନାକୁ ଆସୁଛି । ଏନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, ଇଓଡବ୍ଲ୍ୟୁ ଏବଂ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛନ୍ତି । ସେପେଟ କେନ୍ଦ୍ରାପଡା ମ୍ୟୁନିସିପାଲିଟି ପକ୍ଷରୁ ଟିଟୋର ପତ୍ନୀ ବେନଜିରକୁ ୩ ବର୍ଷ ପାଇଁ ଦିଆଯାଇଥିବା ୫ ଡେସିମିଲ ଜାଗା ବେଆଇନ ବୋଲି କେନ୍ଦ୍ରାପଡା ସବ୍‌- ରେଜିଷ୍ଟ୍ରର ସୂଚନା ଦେଇଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.