Below header

ପରମ୍ପରା ନାଁରେ କୁକୁଡା ଲଢେଇ: ୪ଜଣଙ୍କ ସହ ଥାନା ଗଲା ଗଞ୍ଜା

ମାଲକାନଗିରି(କେନ୍ୟୁଜ୍): ଥାନାରେ ବନ୍ଧା ହେଲେ ଦୁଇ ଗଞ୍ଜା । ୪ଜଣ ବ୍ୟକ୍ତିଙ୍କ ସହ ଗଞ୍ଜା ଏବେ ଥାନାରେ। ମାଲକାନଗିରି ଜିଲ୍ଲା ଦୁମାଲିଗୁଡ଼ା ଗାଁରେ କୁକୁଡ଼ା ଗାଲିରେ ଟଙ୍କା ଲଗାଇ ଗିରଫ ହୋଇଛନ୍ତି ୪ଜଣ ବ୍ୟକ୍ତି । ସେମାନଙ୍କ ସହ ୨ଟି ଗଞ୍ଜାକୁ ମଧ୍ୟ ପୋଲିସ ଉଠାଇ ଆଣିଛି । ଶୀତ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପରମ୍ପରା ନାଁରେ କୁକୁଡା ଲଢେଇ କରାଯାଏ। ଖେଳରେ ଲାଗେ ଲକ୍ଷାଧିକ ଟଙ୍କା ।

ବିଶେଷ ସୂତ୍ରରୁ ଖବରପାଇ ମାଲକାନଗିରି ଆଦର୍ଶ ଥାନାଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା । ଦୁମାଲିଗୁଡ଼ା ନିକଟରେ ହେଉଥିବା କୁକୁଡ଼ାଗାଲିରେ ଚଡ଼ାଉ କରିଥିଲେ ଟିମ୍‌ । ଚଢାଉ କରି ୨ଟି ଗଞ୍ଜା, ବହୁ ପରିମାଣରେ ଛୁରୀ ସହିତ ୪ ଜଣଙ୍କୁ ପୋଲିସ ଗିରଫ କରିଛି ପୋଲିସ । ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.