ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭର ଆଜି ଦ୍ୱିତୀୟ ଦିନ: ଓଡ଼ିଶାରେ ଶିଳ୍ପ ସମ୍ଭାବନା, ଲଜିଷ୍ଟିକ ଉପରେ ହେବ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍): ଶିଳ୍ପ ମହାକୁମ୍ଭ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭର ଆଜି ଦ୍ୱିତୀୟ ଦିନ । ଆଜି ସ୍ୱତନ୍ତ୍ର ଅଧିବେଶନରେ ଓଡ଼ିଶାରେ ଶିଳ୍ପ ସମ୍ଭାବନା, ଲଜିଷ୍ଟିକ ଆଦି ଉପରେ ଆଲୋଚନା କରାଯିବ । ଦେଶ ବିଦେଶରୁ ଆସିଥିବା ଶିଳ୍ପମୁଖ୍ୟଙ୍କ ଗହଣରେ ନୂଆ ଶିଳ୍ପନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।

ଏଥିରେ ଜାପାନ, ନରୱେ, ଜର୍ମାନୀ, ଇସ୍ରାଏଲ, ନେପାଳ, ଅଷ୍ଟ୍ରେଲିଆ ସମେତ ୧୧ଟି ଦେଶର ନିବେଶକ ଅଂଶଗ୍ରହଣ କରିଛନ୍ତି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆସନ୍ତାକାଲି ସ୍କିଲ୍‌ଡ ଇନ୍‌ ଓଡ଼ିଶା ଉପରେ ରହିଛି ସ୍ୱତନ୍ତ୍ର ଅଧିବେଶନ । ଏହାସହ ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପ ସହ ୧୦ଟି କ୍ଷେତ୍ର ଉପରେ ଅଧିବେଶନ ରହିଛି ।

୩ ତାରିଖରେ ମହିଳା ଔଦ୍ୟୋଗିକ ପ୍ଲିନାରୀ ଓ ଉଜ୍ୱଳ ଭବିଷ୍ୟତ ପାଇଁ ସ୍କୁଲ ରୂପାନ୍ତରଣ ଆଦି ଉପରେ ଅଧିବେଶନ ଅନୁଷ୍ଠିତ ହେବ । ରବିବାର ଯାଏ ଚାଲିବ ନିବେଶକ ମହାକୁମ୍ଭ । ଭୁବନେଶ୍ୱର ଜନତା ମୈଦାନରେ ଓଡ଼ିଶାର ଶିଳ୍ପାୟନ ପ୍ରଗତିକୁ ନେଇ ପାଞ୍ଚଦିନ ମାନସ ମନ୍ଥନ କରାଯିବ । ୩୮ଟି ଇଭେଣ୍ଟରେ ଯୋଗ ଦେବେ ୧୨୪ ଜଣ ବକ୍ତା । ଫୋକସରେ ରହିଛି ୭ଟି ପ୍ରମୁଖ ସେକ୍ଟର ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.