Below header

ଖୋର୍ଦ୍ଧା: ଗ୍ୟାସ ଟାଙ୍କି ଫାଟି ୨ ଆହାତ, ଲକ୍ଷାଧିକ ଟଙ୍କା କ୍ଷତି

ଖୋର୍ଦ୍ଧା ଜିଲ୍ଲା ସାନ ନଇରି ଗାଁରେ ଗ୍ୟାସ ଟାଙ୍କି ଫାଟି ୨ ଆହାତ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟ କ୍ଷତି ହୋଇଛି। ମିଳିଥିବା ସୂଚନା ମୁତାବକ ସୁକାନ୍ତ ସାହୁଙ୍କ ମା ଘରେ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ଗ୍ୟାସ ଲିକ ହୋଇଥିଲା। ଚାହୁଁ ଚାହୁଁ ଗ୍ୟାସ ଟଙ୍କିଟି ଫାଟି ଘରର ଆଜବେଷ୍ଟ ସହ ଉଡାଇ ଦେଇଥିଲା। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜଣିବା ପରେ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ସୁକାନ୍ତଙ୍କ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ନଗଦ ୪୨ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନି ବିପର୍ଣ୍ଣ ପରିବାରକୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.