Below header

ଓଏମ୍‌ପି ଓଭର ବ୍ରିଜ୍‌ ଉପରେ କିଛି ଅଘଟଣ ଘଟିବା ପୂର୍ବରୁ….

କଟକ (କେ ନ୍ୟୁଜ୍‌) : ଠିକଣା ସମୟରେ ଲୋକେ ଦେଖିଲେ ଓ ଖବର ଦେଲେ । ଟ୍ରାଫିକ୍‌ ପୋଲିସ୍‌ର ତତ୍ପରତା ରକ୍ଷା କରିଦେଲା । ଆଉ ଏଡ଼ାଇ ଦିଆଯାଇ ପାରିଲା ଏକ ବଡ଼ ଅଘଟଣକୁ । ଆଜି ବିଶାଖାପଟଣାରୁ କଟକ ଆସୁଥିବା ଏକ ଅକ୍ସିଜେନ୍‌ ଗ୍ୟାସ ଥିବା କଣ୍ଟେନରରୁ ଗୋପାଳପୁର ଠାରେ ଗ୍ୟାସ ଲିକ କଲା । ରାସ୍ତାରେ ଯାଉଥିବା ଲୋକ ଦେଖିଲା ପରେ ପୋଲିସକୁ ଫୋନ କରିଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲେ। ପୋଲିସ କଣ୍ଟେନରକୁ ତୁରନ୍ତ ଫାଙ୍କା ସ୍ଥାନକୁ ନେଇ ଯାଇଥିଲେ।

gas

ଓଏମ୍‌ପି ଓଭର ବ୍ରିଜ ଉପରେ ଗାଡିକୁ ରଖାଯାଇଥିଲା । କଣ୍ଟେନରରେ ୨୨ କ୍ୟୁବିକ୍‌ ଲିଟର ଅକ୍ସିଜେନ ଗ୍ୟାସ ଥିଲା ବୋଲି ଡ୍ରାଇଭର ସୂଚନା ଦେଇଛନ୍ତି। ପରେ ପୋଲିସ ଘଟଣା ସ୍ଥଳରୁ ଅଗ୍ନିଶମ ବିଭାଗକୁ ଖବର ଦେଇିଲେ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ୍‌କୁ ଆୟତ୍ତ କରିଥିଲେ । ସାଧାରଣ ଲୋକ ଏବଂ ଟ୍ରାଫିକ ପୋଲିସ୍‌ କର୍ମଚରୀଙ୍କ ଠିକଣା ସମୟରେ ପଦକ୍ଷେପ ଓ ତତ୍ପରତା ଯୋଗୁ ଏକ ବଡ଼ ଅଘଟଣ ଟଳି ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.