Below header

ପାଠକ ବାପ ଓ ପୁଅଙ୍କ ଠକେଇ ମାମଲା: ଭୁବନେଶ୍ୱର ସ୍କାଏକିଙ୍ଗ ଅଫିସରେ ପୋଲିସ୍, କାଗଜପତ୍ର ଯାଞ୍ଚ ସହ ବ୍ୟାଙ୍କ କାରବାର ନେଇ ତନାଘନା

ଭୁବନେଶ୍ୱର : ଭୁବନେଶ୍ୱର ସ୍କାଏକିଙ୍ଗ ଅଫିସରେ ପୋଲିସ । ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ଠକେଇ ମାମଲାରେ ଖାରବେଳନଗର ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି । କାଗଜପତ୍ର ଯାଞ୍ଚ ସହ ବ୍ୟାଙ୍କ କାରବାର ନେଇ ତନାଘନା କରାଯାଉଛି । ମ୍ୟାନେଜିଂ ପାର୍ଟନର ସହ ପୋଲିସର ଆଲୋଚନା ଚାଲିଛି।

ସ୍କାଏ କିଙ୍ଗର ମ୍ୟାନେଜିଂ ପାର୍ଟନର ଥିବା ପ୍ରଭାସ କୁମାର ଚୌଧୁରୀ ଠକେଇ ଅଭିଯୋଗ ଆଣିଥିଲେ । ସେ ଏତଲାରେ ଦର୍ଶାଇଛନ୍ତି, ଅଭୟ ଓ ଆକାଶ ତାଙ୍କ ଜରିଆରେ ଟ୍ରେନ୍‌, ବିମାନ ଓ ଚାର୍ଟର ପ୍ଲେନ୍‌ ଟିକେଟ ବୁକିଂ କରିଥିଲେ । ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ମ୍ୟାନେଜିଂ ଡିରେକ୍ଟର କହିବା ସହ ମେଲ୍‌ ଓ ଅନ୍ୟାନ୍ୟ ଜାଲ କାଗଜପତ୍ର ଦେଇଥିଲେ । ଜୁନ ମାସରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଚାର୍ଟର ପ୍ଲେନ୍‌ ଓ ହୋଟେଲ ବୁକିଂ କରିଥିଲେ ।

ଏବାବଦରେ ୨ କୋଟି ୧୩ ଲକ୍ଷ ୨୨ ହଜାର ୮୫୪ ଟଙ୍କା ଦେଇଛନ୍ତି । ବାକି ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଉନାହାନ୍ତି । ଏନେଇ ସେମାନଙ୍କ ନାଁରେ ଆଇପିସିର ଧାରା ୪୧୯, ୪୨୦, ୪୬୮, ୪୭୧, ୫୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.