ବ୍ଯାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ ହେଲେ ମିଳିବ ଏହିସବୁ ଫାଇଦା, ଏମିତି ସହଜରେ ଜାଣନ୍ତୁ ଆପଣଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ୍ ହୋଇଛି କି ନାହିଁ

ନିକଟରେ କେନ୍ଦ୍ର ସରକାର ସମସ୍ତ ବ୍ଯାଙ୍କକୁ ନିଜ ଖାତାଧାରୀଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ଲିଙ୍କ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସମସ୍ତ ଆକାଉଣ୍ଟଧାରୀ ନିଜ ବ୍ଯାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ଲିଙ୍କ କରୁଛନ୍ତି। କିନ୍ତୁ ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ଲିଙ୍କ ହୋଇଛି କି ନାହିଁ, ତାହା ଜାଣିବା ଅତ୍ଯନ୍ତ ଜରୁରୀ। ଆପଣ ଘରେ ବସି କେମିତି ଜାଣିବେ କି, ଆପଣଙ୍କ ଖାତା ଆକାଉଣ୍ଟ ସହିତ ଲିଙ୍କ ହୋଇଛି ନାହିଁ। ଯଦି ନ ହୋଇଛି, ଏମିତି ପ୍ରୋସେସରରେ କରିନିଅନ୍ତୁ ଲିଙ୍କ… ତେବେ ଆସନ୍ତୁ ଜାଣିବା… କେମିତି କରିବେ ….

ଆଧାର ସହିତ ବ୍ଯାଙ୍କ ଆକାଉଣ୍ଟ ଲିଙ୍କ କରିବା ଜରୁରୀ । ପେସନସ, LPG ସବସିଡି କିମ୍ବା ସରକାରୀ ଯୋଜନାରେ ମିଳୁଥିବା ପଇସା ସିଧାସଳଖ ଭାବେ ବ୍ଯାଙ୍କ ଆକାଉଣ୍ଟକୁ ଆସିଥାଏ। ଯଦି ଆପଣ ଏହାର ଲାଭ ଉଠାଇବାକୁ ଚାହାନ୍ତି, ତେବେ ବ୍ଯାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ହେବା ଜରୁରୀ ହୋଇଥାଏ।

aadhar link

ଏଥିପାଇଁ ପ୍ରଥମେ ଆପଣଙ୍କୁ uidai.gov.in ର ୱେବସାଇଟକୁ ଯିବାକୁ ହେବ। ତା’ ପରେ Aadhaar service ସେକ୍ସନକୁ ଯାଇ check aadhaar and bank account linking status କୁ ଯିବାକୁ ହେବ। ତାପରେ ଏହି ଲିଙ୍କରେ କ୍ଲିକ କରିବା ପରେ ନୂଆ ପେଜ ଖୋଲିବ। ନୂଆ ପେଜ ଖୋଲିବା ପରେ ଏଥିରେ ୧୨ଟି ସଂଖ୍ଯା ବିଶିଷ୍ଟ ଆଧାର ନମ୍ବର ଦେବାକୁ ପଡିବ।

ଏଠାରେ ନିଜର ଆଧାର ନମ୍ବର ଦେବା ପରେ ସିକ୍ଯୁରିଟି କୋର୍ଡ ଦେଖିବାକୁ ମିଳିବ। ସିକ୍ଯୁରିଟ କାର୍ଡ ଦେବା ପରେ ଆପଣଙ୍କ ରେଜିଷ୍ଟ୍ରେଡ ମୋବାଇଲକୁ ଓଟିପି ଆସିବ। ଓଟିପି ଦେବା ପରେ ଲଗଇନ କରିପାରିବେ। ବ୍ଯାଙ୍କ ଆକାଉଣ୍ଟ ଯଦି ଆଧାର ସହିତ ଲିଙ୍କ ହୋଇଯିବ, ଏହା ପରେ ଆପଣଙ୍କୁ “Congratulations! Your Bank Aadhaar Mapping has been done” ମେସେଜ ଆସିବ। ଏହା ପରେ ଆପଣଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.