Below header

ବାଇକ ଉପରେ ଚଢିଗଲା ଗ୍ୟାସ ଟ୍ୟାଙ୍କର, ଚାଳକ ମୃତ

ପାରାଦୀପ ଜିରୋ ପଏଂଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ଚଢିଗଲା ଗ୍ୟାସ ଟ୍ୟାଙ୍କର। ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ। ମୃତକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର ବୋଲି ଜଣାପଡିଛି।

ପାରାଦୀପ (କେନ୍ୟୁଜ): ପାରାଦୀପ ଜିରୋ ପଏଂଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ଚଢିଗଲା ଗ୍ୟାସ ଟ୍ୟାଙ୍କର। ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ। ମୃତକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ସେ ଷଣ୍ଢକୁଦ ଅଂଚଳର ଏକ କମ୍ପାନୀରେ ପାଇପ ଲାଇନରେ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିଛି। ପ୍ରଭାତ ଆଜି ସକାଳୁ ନିଜ ବାଇକରେ ଡିୟୁଟିକୁ ଆସୁଥିବା ବେଳେ ଜିରୋ ପଏଣ୍ଟ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରଭାତଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଁଚି ମୃତଦେହକୁ ଅଠରବାଙ୍କି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗ୍ୟାସ ଟ୍ୟାଙ୍କରକୁ ମଧ୍ୟ ଜବତ କରିଛି।ପ୍ରଭାତଙ୍କ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ପରିବାର ସଦସ୍ୟ ପହଁଚିଲେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.