AI ସେକ୍ଟରରେ ଓଲା ମାଲିକଙ୍କ ଏଣ୍ଟ୍ରି, ଆସନ୍ତା ସପ୍ତାହରେ ଲଞ୍ଚ ହେବ AI ଚାଟବଟ୍‌

ଭାବିଶ ଅଗ୍ରୱାଲ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ରେ ସୂଚନା ଦେଇଛନ୍ତି ଯେ କୃତ୍ରିମ କମ୍ପାନୀର ପ୍ରଥମ ପ୍ରଡକ୍ଟ AI ଚାଟବଟ୍ ହେବ । ଏହା ସହିତ ଓଲା କମ୍ପାନୀର ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲ କିଛି ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି ।

ବର୍ତ୍ତମାନ ହେଉଛି AI ର ଯୁଗ ଏବଂ ଗତ କିଛି ଦିନ ଧରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବଡ଼ ବଡ଼ ସେକ୍ଟରରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଅଧିକାଂଶ କମ୍ପାନୀ AI ପ୍ରଡକ୍ଟ ଉପରେ କାମ କରିବା ଆରମ୍ଭ କରିଛନ୍ତି । ଓଲା କ୍ୟାବ୍ସ ଏବଂ ଓଲା ଇଲେକ୍ଟ୍ରିକ୍ ର ଫାଉଣ୍ଡର ଭାବିଶ ଅଗ୍ରୱାଲ୍ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ତାଙ୍କର AI ଷ୍ଟାର୍ଟଅପ୍ କମ୍ପାନୀ କୃତ୍ରିମ୍ ଖୁବ୍ ଶୀଘ୍ର ଗ୍ରାହକଙ୍କ ପାଇଁ ପ୍ରଥମ AI ପ୍ରଡକ୍ଟ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।

ଭାବିଶ ଅଗ୍ରୱାଲ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ରେ ସୂଚନା ଦେଇଛନ୍ତି ଯେ କୃତ୍ରିମ କମ୍ପାନୀର ପ୍ରଥମ ପ୍ରଡକ୍ଟ AI ଚାଟବଟ୍ ହେବ । ଏହା ସହିତ ଓଲା କମ୍ପାନୀର ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲ କିଛି ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି ।

ରିଲିଜ ପୂର୍ବରୁ କୃତ୍ରିମ୍‌ ଆପ୍‌ ର ଟେଷ୍ଟିଙ୍ଗ କରାଯାଉଛି ଏବଂ ଏହି ଆପ୍‌ ଆସନ୍ତା ସପ୍ତାହରେ ଜାରି କରାଯିବ । କିନ୍ତୁ ଏହି ଆପ୍‌ ଲଞ୍ଚର ସଠିକ୍‌ ତାରିଖ ବିଷୟରେ ସୂଚନା ମିଳିନାହିଁ । ଖବର ଅନୁଯାୟୀ କମ୍ପାନୀର AI ପ୍ରଡକ୍ଟ ଗୁଡିକ ୨୨ଟି ଭାରତୀୟ ଭାଷା କୁ ବୁଝି ପାରିବ ଏବଂ ଆଠଟି ଭାଷାରେ କଣ୍ଟେଟ୍‌ ଲେଖି ପାରିବ ।

ଅନେକ ପୋଷ୍ଟରେ ଲେଖାଯାଇଛି ଏହି ଚାଟବଟ୍‌ କେବଳ ବେସିକ୍‌ ପ୍ରଶ୍ନର ଉତ୍ତର ଓ ସମାଧାନ କହିପାରିବ । ଏହି AI କମ୍ପାନୀ କୃତ୍ରିମ ବେସ୍ ଏବଂ କୃତ୍ରିମ୍ ପ୍ରୋ ପ୍ରସ୍ତୁତ କରିଛି ଏବଂ ପ୍ରୋ ଭର୍ସନ୍ କୁ ନେଇ କମ୍ପାନୀ ଦାବି କରିଛି ଯେ ଏହା ଏକ ମଲ୍ଟିମଡେଲ୍ ଫାଉଣ୍ଡେସନ ମଡେଲ୍ ହେବ । କମ୍ପାନୀ କହିଛି ଯେ ଏହାର ଜେନେରେଟିଭ୍ AI ଆପ୍ ଭଏସ୍-ଏନେବଲ୍ଡ ଫିଚର ସହିତ ଲ୍ୟାସ୍‌ ହେବ । କିନ୍ତୁ ଲଞ୍ଚ ସମୟରେ ଏହି ଫିଚର ମିଳିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଭାବିଶ ଅଗ୍ରୱାଲ ଏହି ପୋଷ୍ଟକୁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ୍‍ ରେ ସେୟାର କରିଛନ୍ତି । ଯଦି ଆପଣ ଏହି ଫଟୋକୁ ଭଲ ଭାବେ ନଜର କରିବେ ତେବେ ଆପଣଙ୍କୁ ଛୋଟ ଛୋଟ ଅକ୍ଷରରେ କିଛି ଲେଖାଥିବା ନଜର ଆସିବ । ଏଥିରେ ଲେଖାଯାଇଛି କୃତ୍ରିମ ବେଳେବେଳେ ଭୁଲ୍‌ ମଧ୍ୟ ହୋଇପାରେ, ସୂଚନାକୁ ଭଲ ଭାବେ ଭେରିଫାଏ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.