Below header

ଟେଷ୍ଟ ସିରିଜ ଅଧାରୁ ଭାରତରୁ ଫେରିଯିବ ଇଂଲଣ୍ଡ ଦଳ, ଜାଣନ୍ତୁ କାହିଁକି ?

ଭାରତ-ଇଂଲଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ସରିଥିବା ବେଳେ ତୃତୀୟ ଟେଷ୍ଟ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । ତେବେ ଏହାପୂର୍ବରୁ ଇଂଲଣ୍ଡ ଦଳ ଭାରତରୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛି । ଇଂଲଣ୍ଡ ଦଳର ସମସ୍ତ ଖେଳାଳି ଭାରତରୁ ସିଧା ୟୁଏଇ ଗସ୍ତ କରିବ ବୋଲି କହିଛନ୍ତି ଅଧିନାୟକ ବେନ୍ ଷ୍ଟୋକ୍ସ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସଂପୂର୍ଣ୍ଣ ହୋଇନପାରେ । ପ୍ରଥମ ଦୁଇଟି ଟେଷ୍ଟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ ସିରିଜର ତୃତୀୟ ମ୍ୟାଚ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । କିନ୍ତୁ ଏହାପୂର୍ବରୁ ଇଂଲଣ୍ଡ ଦଳ ଭାରତରୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛି । ଏ ନେଇ ଇଂଲଣ୍ଡ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ସୂଚନା ଦେଇଛନ୍ତି । ଦଳର ଅଚାନକ ଏଭଳି ଏକ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆଉ ୩ଟି ମ୍ୟାଚ ବାକି ଥିବା ବେଳେ କାହିଁକି ଇଂଲଣ୍ଡ ଦଳ ଏଭଳି ନିଷ୍ପତ୍ତି ନେଇଛି । ତାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି ।

ତେବେ ଭାରତ-ଇଂଲଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ସରିଥିବା ବେଳେ ତୃତୀୟ ଟେଷ୍ଟ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । ତେବେ ଏହାପୂର୍ବରୁ ଇଂଲଣ୍ଡ ଦଳ ଭାରତରୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛି । ଇଂଲଣ୍ଡ ଦଳର ସମସ୍ତ ଖେଳାଳି ଭାରତରୁ ସିଧା ୟୁଏଇ ଗସ୍ତ କରିବ ବୋଲି କହିଛନ୍ତି ଅଧିନାୟକ ବେନ୍ ଷ୍ଟୋକ୍ସ । ଭାରତର ଫେରି ୟୁଏଇରେ ଶେଷ ୩ଟି ଟେଷ୍ଟ ପାଇଁ ପ୍ରାକ୍ଟିସ କ୍ୟାମ୍ପ କରିବ ଇଂଲଣ୍ଡ ଟିମ୍ । ସେଠାରେ ପ୍ରାକ୍ଟିସ ସେଶନ ପରେ ଫେବୃଆରୀ ୧୨ କିମ୍ବା ୧୩ ତାରିଖରେ ପୁଣିଥରେ ଭାରତକୁ ଫେରିବ ବୋଲି ଇଂଲଣ୍ଡ ବୋର୍ଡ ନିଷ୍ପତ୍ତି ନେଇଛି । ଏହି ସମୟରେ ସେଠାରେ ଇଂଲଣ୍ଡ ଟିମ୍‌ ଗଲ୍ଫ ମଧ୍ୟ ଖେଳିବ । ଇଂଲଣ୍ଡର ଅନେକ ଖେଳାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ସମସ୍ୟା ଦେଖାଦେଇଛି । ତେଣୁ ସେମାନଙ୍କ ରିଫ୍ରେସମେଣ୍ଟ ପାଇଁ ଏଭଳି ନିଷ୍ପତ୍ତି ନେଇଛି ବୋର୍ଡ । ଦ୍ୱିତୀୟ ଟେଷ୍ଟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ୧୦ ଦିନର ବ୍ୟବଧାନ ରହିଛି ।

ଭାରତ ବିପକ୍ଷ ଏହି ଟେଷ୍ଟ ସିରିଜ ପୂର୍ବରୁ ମଧ୍ୟ ଇଂଲଣ୍ଡ ୟୁଏଇରେ ନିଜର ପ୍ରାକ୍ଟିସ କ୍ୟାମ୍ପ ପକାଇଥିଲା । ୟୁଏଇରେ ରହି ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରୁଥିଲେ ଦଳର ସମସ୍ତ ସଦସ୍ୟ ।

ସୂଚନାଯୋଗ୍ୟ, ୫ଟି ଟେଷ୍ଟ ସିରିଜ ମଧ୍ୟରୁ ଇଂଲଣ୍ଡ ଏବଂ ଭାରତ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ସିରିଜର ତୃତୀୟ ମ୍ୟାଚ ୧୫ ଫେବୃଆରୀରେ ରାଜକୋଟରେ ଖେଳାଯିବ । ଟିମ୍‌କୁ କେଏଲ ରାହୁଲ ଏବଂ ବିରାଟ କୋହଲି ଫେରିପାରନ୍ତି ବୋଲି ଫ୍ୟାନ୍ସ ଆଶା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.