Below header

ନିର୍ବାଚନ ତାରିଖ ଘୋଷଣା, ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଏପ୍ରିଲ ୧୧ରେ, ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ

ନୂଆଦିଲ୍ଲୀ : ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ୍‌ । ୫୪୩ ଲୋକସଭା ଆସନ ଏବଂ ରାଜ୍ୟଗୁଡ଼ିକରେ ନିର୍ବାଚନ ପାଇଁ ନିର୍ବାଚନ କମିଶନର୍‌ ସୁନୀଲ ଆରୋରା ଏହି ଘୋଷଣା କରିଛନ୍ତି । ଏହା ସହିତ ଆଜିଠାରୁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ମୋଟ୍‌ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ୯୦ କୋଟି ଭୋଟର ଚଳିତ ଥର ମତଦାନ କରିବେ । ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଏପ୍ରିଲ ୧୧ ତାରିଖରେ ହେବ । ଏଥିଲାଗି ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୨୩ରେ ଏକକାଳୀନ ଭୋଟ୍‌ ଗଣତି ହେବ । ମେ ୨୩ ତାରିଖରେ ଭୋଟ ଗଣତି ପରେ ପ୍ରକାଶ ପାଇବ ଫଳାଫଳ।
ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୮, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯, ପଞ୍ଚମ ପର୍ଯ୍ୟାୟ ମେ ୬, ଷଷ୍ଠ ପର୍ଯ୍ୟାୟ ମେ ୧୨ ଏବଂ ଶେଷ ତଥା ସପ୍ତମ ପର୍ଯ୍ୟାୟ ମେ ୧୯ ତାରିଖରେ ହେବ ।

ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ଟି ଲୋକସଭା କ୍ଷେତ୍ର ପାଇଁ ଭୋଟ୍‌ ନିଆଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୭ଟି ଆସନ, ତୃତୀୟ ପର୍ଯ୍ୟାୟରେ ୧୪ ରାଜ୍ୟର ୧୧୫ ଆସନ, ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ ଲୋକସଭା କ୍ଷେତ୍ର ପାଇଁ ନିଆଯିବ ଭୋଟ୍‌। ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ ଆସନ, ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଲୋକସଭା କ୍ଷେତ୍ର ଓ ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ ଆସନ ପାଇଁ ଭୋଟ ଗ୍ରହଣ ହେବ। କେବଳ ୨୨ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

ଓଡ଼ିଶାରେ ଏପ୍ରିଲ ୧୧ରୁ

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ହେବ । ଓଡ଼ିଶାରେ ଏପ୍ରିଲ ୧୧, ୧୮, ୨୩ ଓ ୨୯ ତାରିଖରେ ଭୋଟ୍‌ ଗ୍ରହଣ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.