ଓଡ଼ିଶାରେ ଲୋଭସଭା ଓ ବିଧାନସଭା ନିର୍ବାଚନ କେବେ ଜାଣନ୍ତୁ

ନୂଆଦିଲ୍ଲୀ : ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଏପ୍ରିଲ ୧୧, ୧୮, ୨୩ ଓ ୨୯ ତାରିଖରେ ଭୋଟ୍‌ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୪ଟି, ଦ୍ୱିତୀୟରେ ୫ଟି, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲେଖାଏଁ ଲୋକସଭା ଆସନରେ ଭୋଟ୍‌ ଗ୍ରହଣ କରାଯିବ ।

ଅପ୍ରେଲ୍‌ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‌ ନିଆଯିବ। ସେହିପରି ଅପ୍ରେଲ୍‌ ୧୮ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ପରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲେଖାଏଁ ଲୋକସଭା ଆସନ ଓ ୪୨ଟି ଲେଖାଏଁ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୨୩ ତାରିଖରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.