Below header

ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଜିଓ ଟେକ୍ନିକାଲ୍‌ ଇନଭେଷ୍ଟିଗେସନ୍‌

ଆଉ ପାଦେ ଆଗେଇଲା ମେଟ୍ରୋ ପ୍ରକଳ୍ପ । ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ଜିଓ ଟେକ୍ନିକାଲ୍‌ ଇନଭେଷ୍ଟିଗେସନ୍‌ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛିି ଯାଞ୍ଚ ।

 ଭୁବନେଶ୍ୱର(କେନ୍ୟୁଜ୍):  ଆଉ ପାଦେ ଆଗେଇଲା ମେଟ୍ରୋ ପ୍ରକଳ୍ପ । ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ଜିଓ ଟେକ୍ନିକାଲ୍‌ ଇନଭେଷ୍ଟିଗେସନ୍‌ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛିି ଯାଞ୍ଚ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌ ବା ଡିଏମଆରସି ସହାୟତାରେ ଭୂମିର ବୈଷୟିକ ଯାଞ୍ଚ କରାଯାଉଛି ।

ଡିଏମଆରସି ବିଶେଷଜ୍ଞମାନେ କରୁଛନ୍ତି ସର୍ଭେ । ଭୁବନେଶ୍ୱର-କଟକ ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ପାଇଁ ଡିପିଆର ପ୍ରସ୍ତୁତି ଦାୟିତ୍ୱ ନେଇଛି ଡିଏମ୍‌ଆରସି । କିଛି ଦିନ ତଳେ ଆରମ୍ଭ ହୋଇଥିଲା ଡିପିଆର୍‌ ପ୍ରସ୍ତୁତି କାମ । ଏବେ ଜିଓ ଟେକ୍ନିକାଲ୍‌ ଇନଭେଷ୍ଟିଗେସନ୍‌ ଚାଲିଛି । ତ୍ରିଶୁଳିଆରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ପ୍ରତି ୧ କିଲୋମିଟର ଦୂରତାରେ ସଏଲ ଟେଷ୍ଟିଂ କରାଯିବ ।

କିଛି ସ୍ଥାନରେ ଭୂମିରୁ ପ୍ରାୟ ୪୦ ଫୁଟ ଗଭୀର ଯାଏ ଖୋଳାଯାଉଛି । ଏଥିରେ ପଥର କେଉଁ ସ୍ତରରେ ଅଛି କରାଯାଉଛି ଯାଞ୍ଚ । ପଥର ସ୍ତର ମିଳିବା ଯାଏ ଖୋଳାଯାଉଛି । ମାଟିର ସହନୀୟ କ୍ଷମତା ବା ସଏଲ ବିଅରିଂ କାପାସିଟି କେତେ ଅଛି, ତାହା ମାଟି ନମୁନା ପରୀକ୍ଷାରୁ ଜଣାପଡିବ ।

ମେଟ୍ରୋ ଟ୍ରଙ୍କ ରୁଟ୍‌ ପାଇଁ ଯେଉଁ ପିଲାର୍‌ ହେବ, ତାର ଫାଉଣ୍ଡେସନ୍‌ ଡିଜାଇନ୍‌ କିଭଳି ହେବ ତାର ଡିଟେଲ୍‌ ଭୂମି ବୈଷୟିକ ଯାଞ୍ଚରୁ ଜଣାପଡ଼ିବ । ଏଥିସହ ଜଣାପଡ଼ିବ ବିୟରିଂ ପ୍ରେସର କେତେ ରହୁଛି । ଅଗଷ୍ଟ ମାସ ସୁଦ୍ଧା ସଏଲ ଟେଷ୍ଟିଂ ଓ ଡିପିଆର ପ୍ରସ୍ତୁତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ଖୁବଶୀଘ୍ର ଭୁବନେଶ୍ୱର ମେଟ୍ରୋ ରେଲ ପ୍ରୋଜେକ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.