Below header

ସିସିଟିଭି ଫୁଟେଜ ଓ ମୋବାଇଲ ଟ୍ରାକିଙ୍ଗରୁ ଗାଡି ଚୋରକୁ କାବୁ କଲା ଘଟଗାଁ ପୋଲିସ୍

ଘଟଗାଁ: ମିଳିଲା କେନ୍ଦୁଝର ଜିଲ୍ଲା ଘଟଗାଁ ପେଟ୍ରୋଲ ପମ୍ପ ନିକଟରୁ ଚୋରି ହୋଇଥିବା ମହିନ୍ଦ୍ରା ଟିୟୁଭି ଗାଡିଟି । ଗାଡି ମାଲିକ ଥାନାରେ ଅଭିଯୋଗ କରିବା ପରେ ଘଟଗାଁ ପୋଲିସ ଏସ.ଆଇ ମାନସ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଲୁଟ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସିସିଟିଭିରୁ ମିଳିଥିଲା।

ଗାଡିର ଡ୍ରାଇଭର ଶୋଇଥିବା ସମୟରେ ଗାଡିର ଚାବି ଓ ମୋବାଇଲ ଘର ଝରକା ନିକଟ ଏକ ଟେବୁଲ ଉପରେ ରଖିଥିଲେ। ଦୁର୍ବୁତ୍ତ ଜଣଙ୍କ ଝରକା ଫାଙ୍କରୁ ଗାଡିର ଚାବି ଓ ମୋବାଇଲ ନେଇ ଗାଡି ଧରି ଫେରାର ହୋଇଯାଇଥିଲା । ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିଲା। ତେବେ ପୋଲିସ ସିସିଟିଭି ଆଧାରରେ ଦୁର୍ବୁତ୍ତ ନେଇଯାଇଥିବା ମୋବାଇଲକୁ ଟ୍ରାକ୍ କରି ଜାଣିଥିଲା ଯେ ଗାଡିଟିକୁ ଦୁର୍ବୁତ୍ତ ମୟୁରଭଞ୍ଜ ଜିଲ୍ଲା ଜଶୀପୁର ଆଡ଼କୁ ନେଇ ଯାଉଛି । ଯାହାକୁ ପୋଲିସ ଟିମ୍ ପିଛା କରି ଜଶୀପୁର ନିକତସ୍ଥ ପୁରୁଳିଆ ଛକ ନିକଟରୁ କାବୁ କରିଥିଲେ ।

ତେବେ ସମ୍ପୃକ୍ତ ଦୁର୍ବୁତ୍ତ ପୋଲିସ ଟିମକୁ ଚକମା ଦେଇ ରାସ୍ତାରେ ଥିବା ଡିଭାଇଡ଼ରକୁ ଚଢାଇ ଖସି ଯାଉଥିବା ବେଳେ ପୋଲିସ କାବୁ କରି ଘଟଗାଁ ଥାନାକୁ ନେଇ ଆସିବାରେ ସଫଳ ହୋଇଛି । ତେବେ ଗାଡି ଚୋରି କରିଥିବା ଦୁର୍ବୁତ୍ତ ଜଣକ ଘଟଗାଁ ବ୍ଳକ ମୁକୁନ୍ଦପୁରପାଟଣା ଗ୍ରାମର ରିତେଶ ସେଠୀ ବୋଲି ଜଣାପଡିଛି। ଅପରପକ୍ଷେ ରିତେଶକୁ ଗିରଫ କରି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.