ପ୍ରଧାନ ଶିକ୍ଷୟିତ୍ରୀ ହେବତ ଏମିତି, ସ୍କୁଲର ଶୋଭା ବଢାଇବା ପାଇଁ ନିଜ ଦରମା ଟଙ୍କାରେ ନିର୍ମାଣ କଲେ ଗେଟ୍

ଚାନ୍ଦବାଲି: ସ୍କୁଲର ଶୋଭା ବଢାଇବା ପାଇଁ ସୁନ୍ଦର ମୁଖ ଶାଳାଟେ ନିହାତି ଦରକାର । ତେବେ ଦୀର୍ଘ ବର୍ଷ ହେଲା ସ୍କୁଲରେ ଗେଟ ନଥିବାରୁ ସେହି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିଜ ଦରମା ଟଙ୍କାରୁ ସ୍କୁଲ ପାଇଁ ଗେଟ ତିଆରି କରି ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟିଛନ୍ତି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଭାଟପଡା ସରକାରି ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ହେଲା ଗେଟ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଛାତ୍ରଛାତ୍ରୀ ।

ତେବେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାମାମଣି  ବେହେରା ନିଜ ଦରମାରେ ପାଖାପାଖି ୧ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁନ୍ଦର ଗେଟ ନିର୍ମାଣ କରିଛନ୍ତି । ଦୀର୍ଘ ୮ବର୍ଷ ହେଲା ଏହି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ଯ କରୁଛନ୍ତି । ତେଣୁ ସ୍କୁଲ ପରିସରର ଶୋଭା ବଢାଇବା ପାଇଁ ସେ ନିଷ୍ପତି ନେଇ ନିଜ ଦରମା ଟଙ୍କାରେ ଗେଟ ନିର୍ମାଣ କରିଛନ୍ତି ।

ତେବେ ଆଜି ତିହିଡି ବ୍ଲକ ଶିକ୍ଷାଧିକାରୀ ଗେଟର ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏପରି କାର୍ଯ୍ଯକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏପରି କାର୍ଯ୍ଯ ଅନ୍ୟ ଶିକ୍ଷକଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି । ଏହି ଅବସରରେ ସ୍କୁଲର ପ୍ରତିଷ୍ଠାତା ତଥା ବରିଷ୍ଠ ନାଗରିକ ବିଦ୍ୟାଧର ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.