Below header

ବିବାହ ପରେ ପ୍ରେମିକ ସହ ଛୁ ମାରିଲେ କନ୍ଯା; ଶିଶୁପାଳ ହୋଇ ଫେରିଲା ବର

ବିବାହ ବେଦୀରେ ବର ସହ କନ୍ୟା ବସିଲା। ରୀତିନୀତିରେ ବାହାଘର ବି ହେଲା। କିନ୍ତୁ କନ୍ୟାର ବିଦାୟୀ ସମୟରେ ଚତୁରତାର ସହ ଫିଲ୍ମ ଷ୍ଟାଇଲ୍‌ରେ ପ୍ରେମିକ ସହ ଫେରାର ମାରିଲା କନ୍ୟା।

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ବ୍ରାହହ୍ମଣ ପଡାକୁ ବାହା ହେବାକୁ ଆସି ଶିଶୁପାଳ ହୋଇ ଘରକୁ ଫେରିଛି ବର । ବାହାଘର ସରିବା ପରେ ଝିଅ ତା ପ୍ରେମିକ ସହ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗିର ସହର ର ବ୍ରାହହ୍ମଣ ପଡା ଠାରେ । ବର ପିନ୍ଧାଇଥିବା ସୁନା ଗହଣା ଧରି ଫେରାର ମାରିଥିବାବେଳେ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି ବର ପକ୍ଷ ଲୋକ। ଅନ୍ୟପଟେ ପ୍ରେମିକ ସହିତ ବାଇକରେ ବସି ଫେରାର ମାରୁଥିବାର ଏକ ସିସିଟିଭି ଫୁଟେଜ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ମୁକୁନ୍ଦ ପର ଗାଁର ପ୍ରେମ କୁମାର ବଲାଙ୍ଗିର ବ୍ରାହହ୍ମଣ ପଡା ଲିଜା ମହାକୁରକୁ ବିବାହ କରିବା ପାଇଁ ବରଯାତ୍ରୀ ନେଇ ଆସିଥିଲେ। ହସ ଖୁସୀରେ ବାହାଘର ବିି ସରିଲା ଭୋଜି ଭାତ ବି ହେଲା । ହେଲେ ରାତି ପାହିଲେ କନ୍ୟାକୁ ଧରି ବର ଗାଁ କୁ ଫେରିଥାନ୍ତେ । କିନ୍ତୁ ଘରୁ ବିଦାୟୀ ନେବା ପରିବର୍ତ୍ତେ ପ୍ରେମିକ ସହିତ ଫେରାର ମାରିଲା ନବବଧୂ। ଏହା ପରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ଶିଶୁପାଳ ବର । ବର ଘରରୁ ଦେଇଥିବା ସମସ୍ତ ସୁନା ରୁପା ଧରି ଝିଅ ଫେରାର ହୋଇଥିବାରୁ ନ୍ଯାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିବା ଜଣା ପଡିଛି । ଝିଅ ପ୍ରେମିକ ସହ ଫେରାର ହୋଇଥିବା ସି ସି ଟିଭି ଭିଡିଓ ଭାଇରାଲ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.