କଟକ ରେଭେନ୍ସା ୟୁନିଭରସିଟି ସମ୍ମୁଖରେ ଦୁର୍ଘଟଣା, ଟ୍ରକ ଧକ୍କାରେ ଛାତ୍ରୀ ମୃତ,
ଟ୍ରକ ଧକ୍କାରେ ଛାତ୍ରୀ ମୃତ । କଟକ ରେଭେନ୍ସା ୟୁନିଭରସିଟି ସମ୍ମୁଖରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଛାତ୍ରୀ ଜଣକ ସ୍କୁଟିରେ ଯାଉଥିବା ବେଳେ, ପଛପଟୁ ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଛାତ୍ରୀ ଜଣକ ହେଲେ ଅନ୍ନପୂର୍ଣ୍ଣା ଚୌଧୁରୀ। ତାଙ୍କ ଘର ଚୌଦ୍ୱାର ଅଞ୍ଚଳରେ। ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ୍ କଏଦ୍ ହୋଇଛି।