Below header

କଲେଜ ଛାତ୍ରୀଙ୍କ ଦେହରେ ଭୂତ! କହୁଛି ଆଉ ଜଣେ ନାବାଳିକାର ହତ୍ୟା ରହସ୍ୟ

ସୋର(କେନ୍ୟୁଜ୍): କଲେଜ ଛାତ୍ରୀଙ୍କ ଦେହରେ ଭୂତ ଲାଗିବା ପରେ କହୁଛି ଆଉ ଜଣେ ନାବାଳିକାର ହତ୍ୟା ରହସ୍ୟ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବାରିଙ୍ଗିଆ ଗାଁରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ବାରିଙ୍ଗିଆ ଗ୍ରାମରେ ଜୁଲାଇ ୨୪ ତାରିଖରେ ଜଣେ ନବମ ଶ୍ରେଣୀରେ ଛାତ୍ରୀକୁ ପୋଡ଼ି ହତ୍ୟା ଘଟଣାରେ ସେହି ଗାଁର ଦୟାନିଧି ଜେନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ହେଲେ ଆଜି ଗାଁର ଜଣେ କଲେଜ ଛାତ୍ରୀଙ୍କର ଦେହରେ ମୃତ ନାବାଳିକା ଛାତ୍ରୀଙ୍କ ପ୍ରେତାତ୍ମା ସବାର ହୋଇ ନିଜ ବାପା ମାଙ୍କୁ ଦେଖା କରିବାକୁ ଆସିଥିବା କହିବାର ଭିଡିଓ ଭାଇରାଲ ହୋଇଛି। ଦୀର୍ଘ ଦେଢ଼ ଘଣ୍ଟା ଧରି କଲେଜ ଛାତ୍ରୀଙ୍କ ଶରୀରରେ ପ୍ରେତାତ୍ମା ସବାର ହୋଇଥିଲା। ପରେ ଜଲେଜ ଛାତ୍ରୀ ଅସୁସ୍ଥ ଥିବା ସୂଚନା ମିଳିଛି। ଭିଡିଓ ଭାଇରାଲ ପରେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଆଜିର ବିଜ୍ଞାନ ଯୁଗରେ ଏଭଳି ଘଟଣାର ସତ୍ୟାସତ୍ୟକୁ ନେଇ ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.