‘ମାସେ ପାଇଁ ଆମ ଘରକୁ ଯାଉଛି’, ଧନଶ୍ରୀଙ୍କ ଏପରି କଥାରେ ନାଚିଲେ ଚହଲ: ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଏବେ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡିଆରେ ଦୁହିଁଙ୍କ ଛାଡପତ୍ର ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏବେ ଦୁହେଁ ଭିଡିଓ ପୋଷ୍ଟ କରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ସେମାନଙ୍କ ମଧ୍ୟ ସବୁକିଛି ଠିକ୍‌ ଅଛି ଏବଂ ଛାଡପତ୍ର ହୋଇନାହିଁ। ଏହା ପରେ ଧନଶ୍ରୀ ଏବଂ ଚହଲଙ୍କ ସହିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଧନଶ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଧନଶ୍ରୀ ଚହଲଙ୍କୁ ମଜାଳିଆ ଅନ୍ଦାଜରେ କହୁଥିବା ନଜର ଆସିଛନ୍ତି। ଧନଶ୍ରୀ କହୁଛନ୍ତି, ମୁଁ ଆମ ଘରକୁ ଯାଉଛି। ଆଉ ଧନଶ୍ରୀଙ୍କ ଏଭଳି କଥା ଶୁଣି ଚହଲ ମଧ୍ୟ ଖୁସି ହୋଇ ନାଚୁଥିବାର ଦେଖିବାକୁ ମିଳିଛି। ଯାହା ଏବେ ଭାଇରଲ ହେବାରେ ଲାଗିଛି।

 

View this post on Instagram

 

A post shared by Dhanashree Verma (@dhanashree9)

ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା କିଛି ଦିନ ତଳେ ଇନ୍‌ଷ୍ଟାଗ୍ରାମରେ ନିଜ ନାଁରେ ସାମାନ୍ୟ ପରିବର୍ତ୍ତନ କରିଥିଲେ। ପୂର୍ବରୁ ସେ ଧନଶ୍ରୀ ବର୍ମା ଚହଲ ଲେଖୁଥିଲେ, କିନ୍ତୁ ଏବେ କେବଳ ଧନଶ୍ରୀ ବର୍ମା ଲେଖିବା ଆରମ୍ଭ କରିଛନ୍ତି। ଏହି ପରିବର୍ତ୍ତନ ପରେ ଚହଲ ନିଜ ଇନ୍‌ଷ୍ଟାରେ ଏକ ଷ୍ଟୋରୀରେ ଲେଖିଛନ୍ତି, ‘New Life Loading’।

ଗତ ସପ୍ତାହରେ ଦୁହିଁଙ୍କ ମଧ୍ୟରେ ମତଭେଦ ଚାଲିଛି ବୋଲି ଚର୍ଚ୍ଚା ଚାଲିଥିଲା। ଧନଶ୍ରୀ ଇନଷ୍ଟାଗ୍ରାମରେ ତାଙ୍କର ସରନେମ ଚହଲକୁ ହଟାଇଥିଲେ। ଯାହାକୁ ନେଇ ଫ୍ୟାନ୍ସ ବିଭିନ୍ନ ପ୍ରକାରର ଚର୍ଚ୍ଚା କରୁଥିଲେ। କିନ୍ତୁ ପରେ ଦୁହେଁ ଇନଷ୍ଟା ଷ୍ଟୋରୀରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ନିଜ ସଂପର୍କ ନେଇ କୌଣସି ଗୁଜବ ନ କରିବାକୁ ଅନୁରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.