ଫୁଲ ଚାର୍ଜରେ ଯିବ ୮୦ କିଲୋମିଟର ଏହି ଇଲେକଟ୍ରିକ ସାଇକେଲ, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ତେଲ ଦର ଭୟରୁ ଏଡ଼େଇବା ପାଇଁ ଏବେ ଲୋକମାନେ ଇଲେକଟ୍ରିକ ଗାଡ଼ି ଉପରେ ବେଶି ଧ୍ୟାନ ଦେଉଛନ୍ତି । ଏମିତିରେ ବାହାରକୁ ଯିବା ସମୟରେ ମଧ୍ୟ ଗାଡ଼ି ଖର୍ଚ୍ଚର ଟେନସନ ନଥିବ। ଧନୀ ହୁଅନ୍ତ ୁ ଅବା ଗରିବ ସମସ୍ତେ ଏହି ଇଲେକଟ୍ରିକ ଜିନିଷକୁ ବେଶି ପସନ୍ଦ କରୁଛନ୍ତି। କମ ଚାର୍ଜରେ ଅଧିକ କିଲୋମିଟର ଯାଉଥିବାରୁ ଗ୍ରାହକଙ୍କୁ ଏହା ପସନ୍ଦ ଆସୁଛି। ଆଉ ସବୁଠୁ ବଡ଼ କଥା ଏହାର ଦାମ୍‌। ଆଫର୍ଡେବଲ ଦାମ୍‌ ରେ ମିଳୁଥିବାରୁ ଏହା ଗ୍ରାହକଙ୍କୁ ସୁହାଉଛି ମଧ୍ୟ।

ଇଲେକଟ୍ରିକ ମୋଟର ସାଇକେଲ ଓ ସ୍କୁଟର୍ସ ସହ ଇଲେକଟ୍ରିକ ସାଇକେଲର ଡିମାଣ୍ଡ ମଧ୍ୟ ବଢ଼ିବାରେ ଲାଗିଛି। କାଲିଫର୍ଣ୍ଣିଆର ଏକ କମ୍ପାନୀ ଏଥିପାଇଁ ଏକ ଇଲେକଟ୍ରିକ ସାଇକେଲ ଲଞ୍ଚ କରିଛି। ଏହା ଏକ ଫୋଲଡେବଲ ଇଲେକଟ୍ରିକ ସାଇକେଲ । ଏହି ମଡେଲର ନାମ ରହିଛି Model F । ଏହି ସାଇକେଲର ଖାସିୟତ ହେଉଛି ଏହାକୁ ଥରେ ଚାର୍ଜ କଲେ ଏହା ୮୦ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ।

ତେବେ ସବୁଠୁ ବଡ଼ କଥା ହେଉଛି ଆପଣ ଯେଉଁଠି ଯେତେବେଳେ ଚାହିଁବେ ସେଠି ଏହି ସାଇକେଲକୁ ଫୋଲ୍ଡ କରି ମଧ୍ୟ ରଖିପାରିବେ। ତେଣୁ ଏହାକୁ ରଖିବାରେ କୌଣସି ପ୍ରୋବଲେମ ନାହିଁ। ଏହାର ବ୍ୟାଟେରୀକୁ ଲକ୍‌ କରି ଏହାକୁ ଚାର୍ଜ କରିପାରିବେ। ଏହାସହ ଅଲଗା ଚାର୍ଜ କରିବାକୁ ହେଲେ ଏହାକୁ ଅନଲକ କରି ବାହାର କରିପାରିବେ। କମ୍ପାନୀର କହିବା ଅନୁଯାୟୀ ମଡେଲ ଗୋଟିଏ ଇଲେକଟ୍ରିକ ବାଇକ ପେଡାଲ ଆସିଷ୍ଟ କରି ଥରେ ଚାର୍ଜ କରିବା ପରେ ୮୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବେ। କିନ୍ତୁ ମନେ ରଖନ୍ତୁ ଯଦି ଆପଣ ବିନା ପେଡାଲରେ କେବଳ ଇଲେକଟ୍ରିକ ମୋଡରେ ଏହାକୁ ଚଲାଉଛନ୍ତି ତେବେ ଏହା ପାଖାପାଖି ୪୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବ।

ଏହି ଇଲେକଟ୍ରିକ ସାଇକେଲରେ ପାଓ୍ଵର ସୋର୍ସ ପାଇଁ ପାଖାପାଖି ୭୫୦ ଓ୍ଵାଟ ମୋଟର ରଖାଯାଇଛି। ଏହା ସାହାଯ୍ୟରେ ଇଭି କୁ ୪୦ କିଲୋମିଟର ପ୍ରତି ଘଣ୍ଟାରେ ଟପ ସ୍ପିଡ ଧରିବ।

ଡିଜାଇନ କଥା କହିଲେ ସାଇକେଲରେ ଏକ ଲୋଷ୍ଟେପ ଥ୍ରୁ ହାଇଡ୍ରୋଫର୍ମଡ ଆଲୁମିନିୟମ ଚେସିସ ରେ ତିଆରି ହୋଇଛି। ଏଠାରେ ବଡ଼ି କ୍ରୁଜର ବାଇକ ରେ ୨୬ ଇଞ୍ଚର ହ୍ପିଲ ମିଳୁଛି। ଛୋଟ ସାଇକେଲରେ ୨୦ ଇଞ୍ଚର ହ୍ପିଲ ଦିଆଯାଇଛି। ଏହାସହ ୨୪ ଇଞ୍ଚର ହ୍ପିଲ ଦିଆଯାଇଛି। ଟାୟାର ୩ ଇଞ୍ଚର ଚଉଡ଼ା ରହିଛି। ଏହାର ଟ୍ରୁ ଫାକ୍ଟ ଟାୟର୍ସ ତୁଳନାରେ ବେଲୁନ ଟାୟାର କ୍ୟାଟେଗୋରୀରେ ଆସିଥାଏ। ଛୋଟ ବ୍ୟାସ ଟାୟାର ଫୋଲ୍ଡ ହେବା ପରେ ଅଧିକ କମ୍ପାକ୍ଟ ବନାଇଥାଏ। ଏହାର ଦାମ ଯଦି ଶୁଣିବେ ତେବେ ଆଶ୍ଚର୍ଯ୍ୟ ହୋଇଯିବେ। ଆଜ୍ଞା ହଁ ସୁଚନା ଅନୁଯାୟୀ ଏହାର ଦାମ ୧୭୯୯ ଡଲାର ମାନେ ପାଖାପାଖି ୧,୪୩,୭୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.