Below header

ମାମୁଁକୁ ବାହାହେବା ଜିଦରେ ଅଟଳ ଭାଣିଜୀ, କିନ୍ତୁ ମଙ୍ଗୁ ନାହାନ୍ତି ଯୁବକ

ଯାଜପୁର ଟାଉନ (କେନ୍ୟୁଜ୍) : ସମ୍ପର୍କୀୟ ଭାଣିଜୀକୁ ବିବାହର ପ୍ରତିଶୃତି ଦେଇ ଫେରାର ହୋଇଗଲା ମାମୁ । ଥାନାରେ ମାମଲା ପରେ ମାମୁକୁ ଧରିବାକୁ ତନାଘନା ଚଳାଇଛି ପୋଲିସ । ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ପଇରଖ ଗାଁରୁ । ଗାଁର ଜିତେନ୍ଦ୍ର ପ୍ରଧାନଙ୍କ ନାଁରେ ଏପରି ଅଭିଯୋଗ ହୋଇଛି । ଥାନାରେ ମାମଲା ହେବା ପରଠାରୁ ସେ କେଉଁଆଡେ ଫେରାର ହୋଇଯାଇଛନ୍ତ । ଜିତେନ୍ଦ୍ରଙ୍କୁ ବିବାହ କରିବାକୁ ଜିଦରେ ଅଟଳ ଅଛନ୍ତି ପୀଡ଼ିତା । ଦୀର୍ଘ ଦୀନ ଧରି ମାମୁ ଜିତେନ୍ଦ୍ରଙ୍କ ସହ ସଂପର୍କ ଥିବା କହିଛନ୍ତି ପୀଡ଼ିତା । ହେଲେ ସେ ଏବେ ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିବା ଏପରି ବିବାଦ ସାମ୍ନାକୁ ଆସିଛି । ପୋଲିସ ପୀଡ଼ିତାଙ୍କ ବୟାନ୍ ରେକର୍ଡ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.